www.samajalive.in
Tuesday, December 9, 2025
15.1 C
Bhubaneswar

୨୨୫ ବର୍ଷ ପୁରାତନ ମିଠା ଦୋକାନ

୨୦୧୫ରେ ଚାନ୍ଦିନୀ ଚୌକସ୍ଥିତ ‘ଘଣ୍ଟେୱାଲା ହଲୱାଇ’ ମିଠା ଦୋକାନ ସବୁଦିନ ପାଇଁ ବନ୍ଦ ହୋଇଥିଲା। ଦୋକାନର ତତ୍କାଳୀନ ମାଲିକ ଥିବା ଅ​‌େ​‌ଶାକ ଘଣ୍ଟେୱାଲା କହିଥିଲେ, ଖୁବ୍ ଦୁଃଖର ସହ ତାଙ୍କର ଏଇ ପୁରୁଣା ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କହିବାନୁସାରେ ପାଖଆଖର ଲୋକଙ୍କ ଅସହଯୋଗ କାରଣରୁ ଦୋକାନ ବନ୍ଦ କରିବାକୁ ପଡ଼ିଲା। ୧୭୯୦ରେ ଲାଲା ସୁଖ ଲାଲ୍‌ ଘଣ୍ଟେୱାଲା ଏଇ ମିଠାଦୋକାନର ଶୁଭାରମ୍ଭ କରିଥିଲେ। ସେସମୟରେ ମୋଗଲ ଶାସକ, ପରେ ଇଂରେଜ ସରକାର, ଏପରିକି ସ୍ବାଧୀନତା ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ତାଙ୍କ ନାତି ରାଜୀବ ଗାନ୍ଧୀଙ୍କ ବାସଭବନକୁ ନିୟମିତ ଘଣ୍ଟେୱାଲା ମିଠାଇ ପ୍ୟାକେଟ୍‌ପ୍ୟାକେଟ୍ ଯାଉଥିଲା। ସମୟ କ୍ରମେ ଘଣ୍ଟେୱାଲା ପରିବାରର ସଦସ୍ୟମାନେ ଭାରତର ବିଭିନ୍ନ ପ୍ରାନ୍ତ ତଥା ବିଦେଶରେ ମଧ୍ୟ ବ୍ୟବସାୟ ବଢ଼ାଇଲେ। ଏସବୁ ଭିତରେ ଶତ୍ରୁମାନେ ସଜାଗ ହୋଇ ଘଣ୍ଟେୱାଲା ମିଠା ଦୋକାନ ମିଠା ଅପମିଶ୍ରଣ କରୁଥିବାର ଅଭିଯୋଗ ଆଣିଲେ। ଏହା ୨୦୧୪ର ଘଟଣା। ତନାଘନା ଚାଲିଲା। କିଛିଦିନ ପାଇଁ ଗ୍ରାହକ ଦୋକାନକୁ ଆସିଲେ ନାହିଁ। କ୍ବିଣ୍ଟାଲ୍‌କ୍ବିଣ୍ଟାଲ୍ ମିଠା ଫିଙ୍ଗା ହେଲା। ଏହି କଥା ମାଲିକ ଅଶୋକଙ୍କ ମନରେ ଗଭୀର ରେଖାପାତ କଲା। ଯଦିଓ ସେମାନେ ଅପମିଶ୍ରଣ କରୁନାହାନ୍ତି ବୋଲି ପରେ ସରକାରୀଦଳଙ୍କ ପରୀକ୍ଷାରୁ ଜଣାପଡ଼ିଲା, ଅଶୋକ କିନ୍ତୁ ନିଷ୍ପତ୍ତି ନେଲେ ଯେ ଯଥା ଶୀଘ୍ର ଦୋକାନ ବନ୍ଦ କରିବେ। କାରଣ ଏ ଦୋକାନର ପ୍ରସ୍ତୁତ ମିଠା ଭୋଗ ଭାବେ ବ୍ୟବହୃତ ହୁଏ। ସାମାନ୍ୟ ସନ୍ଦେହରୁ ଆଜି ତାଙ୍କ ଦୋକାନର ମିଠାକୁ ଅଳିଆଗଦାରେ ପକାଯାଇଥିଲା। ଏହାଠୁ ବଡ଼ ଅପମାନ ତାଙ୍କ ପାଇଁ କିଛି ନଥିଲା। ଦିଲ୍ଲୀବାସିନ୍ଦା ଏବେ ମଧ୍ୟ ଘଣ୍ଟେୱାଲା ମିଠାର ସୁଆଦକୁ ଝୁରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories