www.samajalive.in
Wednesday, December 10, 2025
15.1 C
Bhubaneswar

ଅଗଷ୍ଟ ୧୧ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ବର: ମାଟ୍ରିକ ଅଫଲାଇନରେ ଚାଲିଥିବା ଅଫଲାଇନ ପରୀକ୍ଷା ଖାତାଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ ଏବଂ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ୭ଟି ଜିଲାର ୯ଟି କେନ୍ଦ୍ରରେ ୧୫ଶହ ପରୀକ୍ଷକ ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖିବେ। ଆଜି ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖାନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ପକ୍ଷରୁ ସୂଚନା ସୂଚନା ଦିଆଯାଇଛି।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ମାଟ୍ରିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଥିଲେ। ବିକଳ୍ପ ମୂଲ୍ୟାୟନ ପଦ୍ଧତ୍ତିରେ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ତେବେ ଯେଉଁମାନେ ଅସନ୍ତୁଷ୍ଟ କିମ୍ବା ଫର୍ମ ପୂରଣ କରିପାରିନଥିଲେ ଓ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ ବା ମାଟ୍ରିକ ଇଚ୍ଛାଧୀନ ବିକଳ୍ପ ଉନ୍ନତି ପରୀକ୍ଷା ପାଇଁ ମୋଟ ୧୫,୧୫୧ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ୬ ହଜାର ୫୯୭ ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮,୪୯୩ ପରୀକ୍ଷାର୍ଥୀଙ୍କ ପାଇଁ ୨୨୨ଟି କେନ୍ଦ୍ର ସ୍ଥିର କରାଯାଇଛି। ୬୧ ଜଣ ମଧ୍ୟମା ଛାତ୍ରଛାତ୍ରୀଙ୍କ ପାଇଁ ୪ ଟି କେନ୍ଦ୍ର କରାଯାଇଛି।

ଅଗଷ୍ଟ ୫ରେ ମାଟ୍ରିକ ପରୀକ୍ଷା ଶେଷ ହେବ। ପରୀକ୍ଷା ପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାପାଇଁ ଚେଷ୍ଟା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories