www.samajalive.in
Sunday, December 7, 2025
26.1 C
Bhubaneswar

ଦେଶବ୍ୟାପୀ ଆଜି ପାଳନ କରାଯାଉଛି ମୁସଲ୍‍ମାନ ମହିଳା ଅଧିକାର ଦିବସ

ନୂଆଦିଲ୍ଲୀ :  ସାରା ଦେଶରେ ଆଜି ମୁସଲ୍‍ମାନ ମହିଳା ଅଧିକାର ଦିବସ ପାଳନ କରାଯାଉଛି। ତିନି ତଲାକ୍‍ ବିରୋଧରେ ଆଇନ ପ୍ରଣୟନ ପାଇଁ ଆଜି ଏହି ଦିବସ ପାଳନ କରାଯାଉଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର୍‍ ଆବାସ୍‍ ନକ୍‍ବୀ କହିଛନ୍ତି, ସରକାର ୨୦୧୯ ମସିହା ଅଗଷ୍ଟ ପହିଲାରେ ଏହି ଐତିହାସିକ ଆଇନ ପ୍ରଣୟନ କରିଥିଲେ ଏବଂ ଏହି ଆଇନ ବଳରେ ତିନି ତଲାକ୍‍କୁ ଏକ ଅପରାଧ ଭାବେ ବିବେଚନା କରାଯାଉଛି। ଶ୍ରୀ ନକ୍‍ବୀ କହିଛନ୍ତି, ଏହି ଆଇନ ପ୍ରଣୟନ ହେବା ପରେ ତିନି ତଲାକ୍‍ ମାମଲା ବହୁ ମାତ୍ରାରେ ହ୍ରାସ ପାଇଛି। ସାରା ଦେଶର ମୁସଲ୍‍ମାନ ମହିଳାମାନେ ଏହି  ଆଇନକୁ ବହୁମାତ୍ରାରେ ସ୍ୱାଗତ ଜଣାଇଥିଲେ।

ଶ୍ରୀ ନକ୍‍ବୀ କହିଛନ୍ତି, ସରକାର ମୁସଲ୍‍ମାନ ମହିଳାମାନଙ୍କର ଆତ୍ମନିର୍ଭରତା, ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏହି ପଦକ୍ଷେପ ନେଇଥିଲେ ଏବଂ ସେମାନଙ୍କର ସାମ୍ବିଧାନିକ, ମୌଳିକ ଓ ଗଣତାନ୍ତ୍ରିକ ଅଧିକାରକୁ ତିନି ତଲାକ୍‍ ଆଇନ ପ୍ରଣୟନ କରାଯାଇ ସୁରକ୍ଷିତ ରଖାଯାଇପାରିଛି। ଶ୍ରୀ ନକ୍‍ବୀଙ୍କ ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ଦିବସ ପାଳନ ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories