www.samajalive.in
Sunday, December 7, 2025
13.1 C
Bhubaneswar

ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶିତ: ପାସ ହାର ୯୯.୩୭%, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପ୍ରକାଶିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ ହାର ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୯୯.୬୭ ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସହାର ୯୯.୧୩ ପ୍ରତିଶତ ରହିଛି। ଅର୍ଥାତ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୦.୫୪ ଅଧିକ ରହିଛି।

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ ନଂ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନଂ ଅନଲାଇନରେ ଡାଉନଲୋଡ କରିପାରିବେ। ଏହି ରୋଲ ନମ୍ବରକୁ ଆଧାର କରି ସେମାନେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ। ଛାତ୍ରଛାତ୍ରୀମାନେ  ସିବିଏସଇ ୱେବସାଇଟ cbseresults.nic.in ରୁ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ।

- Advertisement -

ସିବିଏସଇ ଦ୍ୱାଦଶରେ ମୋଟ୍ ୧୩ ଲକ୍ଷ ୪ ହଜରେ ୫୬୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୦ ହଜାର ୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ଉପରେ ନମ୍ବର ରଖି ପାସ କରିଛନ୍ତି। ସେହିପରି ୧ ଲକ୍ଷ ୫୦ ହଜାର ୧୫୨ ଜଣ ୯୦ ରୁ ୯୫ ପ୍ରତିଶତ ଭିତରେ ନମ୍ବର ରଖିଛନ୍ତି । ତେବେ ୬୫ ହଜାର ୧୮୪ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇନାହିଁ ଏବଂ ସେମାନଙ୍କ ନମ୍ବର ସମୀକ୍ଷା କରାଯାଉଛି। ସେମାନଙ୍କ ନମ୍ବର ସମୀକ୍ଷା ପରେ ଅଗଷ୍ଟ ୫ ତାରିଖ ସୁଦ୍ଧା ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସିବିଏସଇ କର୍ତୁପକ୍ଷ ସୂଚନା ଦେଇଛନ୍ତି। କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ନମ୍ବର ଦିଆଯାଇ ସେମାନଙ୍କୁ ଉତ୍ତୀର୍ଣ୍ଣ କରାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି। ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷାରେ ରଖିଥିବା ନମ୍ବରରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ  ନମ୍ବରରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories