www.samajalive.in
Tuesday, December 9, 2025
15.1 C
Bhubaneswar

ଗୋ-ଚିକିତ୍ସା ସେବା ଓ ଗୋଯତ୍ନ ପାଇଁ ଦୂରଭାଷ ପରାମର୍ଶ ସେବା କେନ୍ଦ୍ର ଆରମ୍ଭ

ଭୁବନେଶ୍ୱର: ବି.କେ.ଏନ୍‌ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ ତ୍ରିପାଠୀଙ୍କ ଦ୍ୱାରା ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାପାଳ ତଥା ବି.କେ.ଏନ୍‌ ଦୁଗ୍ଧ ସଂଘର ପ୍ରଶାସକ ଚଞ୍ଚଳ ରାଣା, ମୁଖ୍ୟ ଜିଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ। ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲାକୁ ନେଇ ଏହି ଦୁଗ୍ଧ ସଂଘ ବି.କେ.ଏନ୍‌ ଗଠନ କରାଯାଇଛି ଏବଂ ଏହାର ମୁଖ୍ୟାଳୟ ବଲାଙ୍ଗୀରଠାରେ ରହିଛି।

 

- Advertisement -

ଉଦ୍‌ଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍‌ ଦୁଗ୍ଧ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କ ସାମାଜିକ ଉତ୍‌ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ୩ ଜଣ ପ୍ରାଣୀଚିକିତ୍ସକ ଡା. ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପି୍ରୟଦର୍ଶିନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ଏବଂ ଜଣେ ଦୁଗ୍ଧ ଚାଷୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବି.କେ.ଏନ୍‌ ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଡ୍‌ଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା। ତା’ଛଡ଼ା ଦୁଗ୍ଧ ସଂଘର ଦ୍ୱିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଦୁଗ୍ଧ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଗକୁ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧ ଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଦୂରଭାଷ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇନ୍‌ଫୋଟେକ୍‌ ସଂସ୍ଥା ସହାୟତାରେ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ସଂଯୋଜନା କରିଥିବାବେଳେ ପ୍ରାଣୀ ଚିକିତ୍ସା ବିଭାଗ, କେତେକ ସମିତି ସଂପାଦକ, ସାମ୍ବାଦିକ ଓ ଦୁଗ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ପୂର୍ବରୁ ଶ୍ରୀ ତ୍ରିପାଠୀ ଜିଲାପାଳଙ୍କ ସହ ବଲାଙ୍ଗୀର ସହରସ୍ଥିତ ମହାରାଣୀ ସାଗର, କରଙ୍ଗାକଟା, ଇନ୍‌ଡୋର ଷ୍ଟାଡିୟମ୍‌, ଏଲ୍‌ ଏଣ୍ଡ ଏସ୍‌ କ୍ଲବ୍‌, ଗଟେ ସରୋବର ଏବଂ ମହାଲକ୍ଷ୍ମୀ ନଗରଠାରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଆଦି ବୁଲି ଦେଖିବା ସହ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories