www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ପୁରୀ ଆଇଏସ ୧୦୫୦୦ ଭାରତୀୟ ମାନକ ଅନୁସାରେ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମାନର ପାନୀୟ ଜଳ ପାଇବାରେ ଭାରତର ପ୍ରଥମ ସହର ହୋଇପାରିଛି । ଓଡ଼ିଶା ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ଅଭିଯାନ ୫ଟି ଶାସନ ପରିଚାଳନା ମନ୍ତ୍ର ଅଧୀନରେ ଆସୁଅଛି ଓ ଏହାଦ୍ୱାରା ସହରର ୨.୫ ଲକ୍ଷ ଲୋକ ଓ ଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରତି ବର୍ଷ ପୁରୀ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହୋଇପାରିବେ ।
ଏହି ଅତ୍ୟାଧୁନିକ ବୈଷୟିକି ସହାୟତାରେ ଲୋକମନେ ଟ୍ୟାପର ଜଳକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିପାରିବେ ଓ ପ୍ରଥମ ଥର କରି ଭାରତରେ ଏହା ବାସ୍ତବତାରେ ପରିଣତ ହୋଇଛି । ପୁରୀରେ ବର୍ତମାନ ୧୦୦% ଘରମାନଙ୍କରେ ମିଟର ସଂଯୁକ୍ତ ଚବିଶ ଘଣ୍ଟିଆ ନିରାପଦ ଜଳ ଯୋଗାଣ ବ୍ୟବସ୍ଥା ରହିଛି ଏବଂ ଏଥିସହିତ ପୁରୀ ବିଶ୍ୱର ଲଣ୍ଡନ, ସିଙ୍ଗାପୁର, ଓ ନ୍ୟୁୟର୍କ ସହର ପରି ବିଶ୍ୱସ୍ତରୀୟ ସହରଗୁଡିକ ତାଲିକାରେ ସ୍ଥାନପାଇଛି । ଏହି ପାନୀୟ ଜଳର ବ୍ୟବସ୍ଥା ଦ୍ୱାରା ୩ କୋଟି ପ୍ଲାଷ୍ଟିକ ବୋତଲର ବ୍ୟବହାରକୁ ରୋକାଯାଇପାରିବ ଓ ଏହା ଦ୍ୱାରା ୪୦୦ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟକୁ ସଂପୂର୍ଣ୍ଣ ଦୂର କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ’ – ‘ସୁଜଳ’ର ଉଦଘାଟନ କରିବା ଅବସରରେ କହିଛନ୍ତି ଯେ, ପ୍ରତି ଘରକୁ ସପ୍ତାହର ସମସ୍ତ ଦିନ ଚବିଶ ଘଣ୍ଟା ସର୍ବୋତ୍ତମ ଗୁଣ ମାନର ପାନୀୟ ଜଳ ଯୋଗାଣ ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ଜଗନ୍ନାଥ ଧାମ ପୁରୀ ଏକ ବିଶ୍ୱଶ୍ରେଣୀୟ ଐତିହ୍ୟ ସହର ଭାବରେ ଗଢିତୋଳିବାକୁ ଆମ ଅଭିଯାନ ଏହଦ୍ୱାରା ଆଉ ପାଦେ ଆଗେଇଛି । ପୁରୀ ଅଧିବାସୀ, ପର୍ଯ୍ୟଟକ, ତୀର୍ଥଯାତ୍ରୀମାନେ ଘରେ ଟ୍ୟାପରୁ ବା ସହରସାରା ପାନୀୟ ଜଳ ଫାଉଣ୍ଟେନରୁ ଏହା ପାଇପାରିବେ । ଓଡ଼ିଶାର ପ୍ରତ୍ୟେକ ଘରକୁ ପାଇପରେ ଜଳ ଯୋଗାଣ କରିବାର ମୋର ସ୍ୱପ୍ନ ରହିଛି ଓ ଏହା ଏବେ ବାସ୍ତବତାରେ ପରିଣତ ହେଉଛି ।
ସହରକୁ ଆସୁଥିବା ତୀର୍ଥ ଯାତ୍ରୀମାନେ ଏହା ସହିତ ୧୨୦ ପାନୀୟ ଜଳ ଫାଉଂଟେନର ସୁବିଧା ପାଇବେ । ଏହି ସୁବିଧାକୁ ଏୟାରପୋର୍ଟ ପରି ପୁରୀ ବଡଦାଣ୍ଡ ଓ ପୁରୀର ପର୍ଯ୍ୟଟକ ଭିଡ ହେଉଥିବା ଅନ୍ୟ ସ୍ଥାନଗୁଡିକରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଛି । ପୁରୀ ବ୍ୟତୀତ, ଏହି ମିସନ୍ ମାଧ୍ୟମରେ ଓଡ଼ିଶାର ୧୬ ଟି ସହରରେ କାର୍ଯ୍ୟକାରୀ କରାଯିବ ଯଦ୍ୱାରା ୪୦ ଲକ୍ଷ ନାଗରିକ ଉପକୃତ ହୋଇପାରିବେ । ୧୧୪ ଟି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଅଞ୍ଚଳରେ ନିରାପଦ ଜଳ ପ୍ରଦାନ କରାଯିବ ଓ ଏଥିରେ ମଧ୍ୟ ରାଜ୍ୟର ସମସ୍ତ ବସ୍ତିର ପରିବାରଗୁଡ଼ିକୁ ସାମିଲ କରାଯିବ । ଏହି ଉତ୍ସବରେ ରାଜ୍ୟ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍‍ବୋଧନ ଦେଇଥିଲେ । ଏଥିରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories