www.samajalive.in
Wednesday, December 10, 2025
15.1 C
Bhubaneswar

କର୍ତ୍ତବ୍ୟରୁ ଊର୍ଦ୍ଧ୍ବରେ ମାନବିକତା : ରକ୍ତ ଦେଇ ଜୀବନ ବଞ୍ଚାଇଲେ ପୁଲିସ

ବ୍ରହ୍ମପୁର : ନିଜର କର୍ତ୍ତବ୍ୟରୁ ଊର୍ଦ୍ଧ୍ବରେ ଯାଇ ଜଣେ ସଙ୍କଟାପନ୍ନଙ୍କ ଚିକିତ୍ସା ପାଇଁ ରକ୍ତ ସଂଗ୍ରହ ସହ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପୁଲିସ ମାନବିତତା ଦେଖାଇ ବେଶ୍‌ ପ୍ରଶଂସା ସାଉଁଟିଛି। ପୁଲିସ ବିଭାଗ ଓ ଏହାର କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ସମୟରେ ନକରାତ୍ମକ କଥା ଶୁଣିବାକୁ ମିଳୁଛି। କେତେବେଳେ ଅତ୍ୟାଚାର ତ ଆଉ କେତେବେଳେ ଲାଞ୍ଚ ମାମଲାରେ ପୁଲିସକୁ ବଦନାମ ହେବାକୁ ପଡ଼ୁଛି। ହେଲେ ରବିବାର ବ୍ରହ୍ମପୁର ପୁଲିସ ଜିଲାର ସଦର ଥାନା ପୁଲିସ ଯେଉଁ ମହତ ନେଇଛି, ତାହା ପୁଲିସର ​ଚେହେରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା ଭଳି ହୋଇଛି। ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ତଥା ଆକ୍ରମଣର ଶିକାର ହୋଇ ଗୁରୁତର ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ପୁଲିସ ୪ ବୋତଲ ରକ୍ତ ସଂଗ୍ରହ ସହ ସଂପୃକ୍ତ ଅସହାୟ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ହିଁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି।
ସୂଚନାପ୍ରକାରେ ସଦରଥାନା ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମର ଗଣେଶ ପାତ୍ର ନାମକ ଜଣେ ବ୍ୟକ୍ତି ଗତ ରାତିରେ ନିଜ ଘରକୁ ଫେରୁଥିବା ବେଳେ ପଲ୍ଲୀଗାଁ ଅଞ୍ଚଳର ରଜନୀକାନ୍ତ ମହାନ୍ତି ତାଙ୍କୁ ଅଟକାଇ ଗାଳି କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରଜନୀକାନ୍ତ ଏକ ଧାରୁଆ ବ୍ଲେଡରେ ଗଣେଶଙ୍କ ପେଟକୁ କାଟିଦେଇଥିଲେ। ପେଟକୁ କାଟିବା ସହ ଗଣେଶଙ୍କ ପେଟ ଭିତରେ ଏକ ବାଡି ପୁରାଇ ଦେଇଥିଲେ। ଆକ୍ରମଣରେ ଗଣେଶଙ୍କ ପେଟରୁ ପାକସ୍ଥଳୀଟି ବାହାରକୁ ବାହାରିଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ତଳେ ପଡି ଛଟପଟ ହେଉଥିଲେ। ଏ ନେଇ ଖବର ପହଞ୍ଚିବା ପରେ ସଦରଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଉଦ୍ଧାର କରିପୁଲିସ ଗାଡିରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ନେଇଥିଲା। ଗଣେଶଙ୍କ ପେଟରେ ଏକ ବଡ କଣା ହେବା ସହ ତାଙ୍କ ପାକସ୍ଥଳୀଟି ବାହାରି ପଡ଼ିଥିବାରୁ ବଡ ଡାକ୍ତରଖାନାର ଡାକ୍ତରମାନେ ତୁରନ୍ତ ଅ​‌େ​‌ସ୍ତ୍ରାପଚାର ପାଇଁ ସଜବାଜ ହୋଇଥିଲେ। ହେଲେ ମାତ୍ରାଧିକ ରକ୍ତସ୍ରାବ ଯୋଗୁ ଅ​‌େ​‌ସ୍ତ୍ରାପଚାର ବେଳେ ୪ ୟୁନିଟ ରକ୍ତ ଆବଶ୍ୟକ ବୋଲି ଡାକ୍ତରମାନେ କହିଥିଲେ। ଏହା ଜାଣିବା ପରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ରକ୍ତ ଯୋଗାଡ ପାଇଁ ଉଦ୍ୟମ କରିଥିଲେ। ଗଣେଶଙ୍କ ଜୀବନ ବଞ୍ଚାଇବାକୁ ପୁଲିସ ୪ ୟୁନିଟ ରକ୍ତ ସଂଗ୍ରହ କରିଥିଲା। ଗଣେଶଙ୍କ ଅ​‌େ​‌ସ୍ତ୍ରାପଚାର ସଫଳ ହେବା ସହ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏପଟେ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ଆକ୍ରମଣକାରୀ ରଜନୀକାନ୍ତଙ୍କୁ ପୁଲିସ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ପୂର୍ବରୁ ଏକାଧିକ ମାମଲାରେ ସମ୍ପୃକ୍ତ ବୋଲି ପୁଲିସ କହିଛି ା ପୁଲିସ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚିବାରୁ ଗଣେଶଙ୍କ ଜୀବନ ବଞ୍ଚି ଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଗଣେଶ ନିଜ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ତାଙ୍କର ଏକ ଛୋଟ ପୁଅ ରହିଛି ା ଆର୍ଥିକ ସ୍ଥିତି ଖରାପ ଥିବାରୁ ଗଣେଶଙ୍କ ଉନ୍ନତ ଚିକିତ୍ସା ପାଇଁ ଥାନା ଅଧିକାରୀ ଶ୍ରୀ ସାହୁ ଆଜି ଡାକ୍ତରଖାନାରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଥାନା ଅଧିକାରୀ ଶ୍ରୀ ସାହୁ ନିଜ କର୍ତ୍ତବ୍ୟରୁ ଊର୍ଦ୍ଧ୍ବକୁ ଯାଇ ଜଣେ ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories