www.samajalive.in
Wednesday, December 10, 2025
17.1 C
Bhubaneswar

ଦୈନିକ ଭାସ୍କର ୭୦୦ କୋଟି ଟିକସ ଫାଙ୍କିଛି : ଆୟକର ବିଭାଗ

ନୂଆଦିଲ୍ଲୀ : ଗଣମାଧ୍ୟମ ପ୍ରତିଷ୍ଠାନ ଦୈନିକ ଭାସ୍କର ଗ୍ରୁପ୍ ଗତ ୬ବର୍ଷ ମଧ୍ୟରେ ୭ଶହ କୋଟି ଟଙ୍କାର ଟିକସ ଫାଙ୍କିଥିବା ଆୟକର ବିଭାଗ କହିଛି। ଜୁଲାଇ ୨୨ରେ ଆୟକର ବିଭାଗ ଦୈନିକ ଭାସ୍କର ଗ୍ରୁପର ମୁମ୍ବଇ, ଦିଲ୍ଲୀ, ଭୋପାଳ, ଅହମଦାବାଦ, ଇନ୍ଦୋର, ନୋଏଡାରେ ଥିବା ୨୦ ଘରୋଇ ଓ ୧୨ ବ୍ୟବସାୟିକ ପରିସରରେ ଚଢଉ କରି ଜବତ କରିଥିବା କାଗଜପତ୍ରରୁ ଏହି ସୂଚନା ପାଇଥିବା କହିଛି। ବିଭାଗ କହିଛି ଯେ ତଦନ୍ତ ଜାରି ରହିଥିବାରୁ ଟିକସ ଠକେଇର ପରିମାଣ ଆହୁରି ଅଧିକ ହେବ। ଟିକସ ଫାଙ୍କିବା ଲାଗି ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ଅନିୟମିତତା ଆପଣାଯାଇଥିଲା। ତେଣୁ ଏହା ଉପରେ ସବିଶେଷ ତଦନ୍ତ କରାଯାଇ ଠକେଇ ଅର୍ଥର ପରିମାଣ ସମ୍ପର୍କରେ ଜଣାଯିବ। ଆୟକର ବିଭାଗ କହିଛି ଯେ ଦୈନିକ ଭାସ୍କର ଗ୍ରୁପ୍ କମ୍ପାନୀ ଆଇନ ଓ ସେବିର ନିୟମାବଳୀକୁ ଉଲ୍ଲଙ୍ଘନ କରିଛି। ଏହା ଗଣମାଧ୍ୟମ ସହିତ ଅନ୍ୟାନ୍ୟ ବ୍ୟବସାୟ ଯଥା ଶକ୍ତି, ବୟନ ଶିଳ୍ପ, ରିୟଲ ଇଷ୍ଟେଟ୍ ଆଦିରେ ପୁଞ୍ଜିନିବେଶ କରିଥିଲା। ଏହିସବୁ ବ୍ୟବସାୟରୁ ଗ୍ରୁପ୍‌ ବାର୍ଷିକ ୬୦୦୦ କୋଟିରୁ ଅଧିକ ଟଙ୍କା ଆୟ କରୁଥିଲା। ଦୈନିକ ଭାସ୍କର ଗ୍ରୁପ୍ ଅଧୀନରେ ୧୦୦ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଥିଲା। ଅଧିକାଂଶ କମ୍ପାନୀ ଗ୍ରୁପ୍‌ର କର୍ମଚାରୀଙ୍କ ନାମରେ ଚାଲୁଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories