www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ ଷ୍ଟାର୍ଟଅପ୍‌

ଭୁବନେଶ୍ୱର: ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଷ୍ଟାର୍ଟଅପ୍‌ କନେକଫ କାର୍ଯ୍ୟକ୍ରମରେ ଟାସ୍କଫୋର୍ସ ବୈଠକ ବସି ବହୁ ସଂଖ୍ୟକ ଅଭିନବ ଷ୍ଟାର୍ଟଅପ୍‌କୁ ସୁପାରିଶ କରାଯାଇଛି। ପ୍ରତି ଶନିବାର ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍‌ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା ସହିତ ସେଗୁଡ଼ିକର ଯଥାର୍ଥତା ଏବଂ ବଜାର ଚାହିଦା ଉପରେ ତର୍ଜମା କରାଯାଇ ଟାସ୍କଫୋର୍ସ ଦ୍ୱାରା ଆର୍ଥିକ ସହାୟତା, ବ୍ୟାଙ୍କ ଲିଙ୍କେଜ୍‌ ଆଦି ପାଇଁ ସୁପାରିଶ କରାଯାଇଥାଏ । ସେହି କ୍ରମରେ ଆଜି ୧୭ଟି ଷ୍ଟାର୍ଟଅପ୍‌ର ସମୀକ୍ଷା କରାଯାଇଥିଲା । ଏଥିରେ ଇଜେଡ୍‌ଇଆର୍‌ଏକ୍ସ ହେଲଥ୍‌ ଟେକ୍‌ ପ୍ରା. ଲିଃ, ସ୍ୱଯୋଗ୍ୟ ରେହାବ୍‌ ସଲୁ୍ୟସନସ୍‌ ପ୍ରା. ଲିଃ, ଥିଙ୍କର ଇଣ୍ଡିଆ ପ୍ରା. ଲିଃ,ଅରଣ୍ୟ ପରିଧି ପ୍ରା. ଲିଃ, ଉଦ୍‌ଭାବନ୍‌ ଟେକ୍‌ନୋଲୋଜି ପ୍ରା. ଲିଃ, ଆଜିଡୋ ପ୍ରା. ଲିଃ, ଆଭେଟି ଲର୍ଣ୍ଣିଂ ପ୍ରା. ଲିଃ, ଭିଲା ମାର୍ଟ ପ୍ରା. ଲିଃ, ଏକେଏମ୍‌ ଟେକ୍‌ନୋଲୋଜିସ୍‌ ପ୍ରା. ଲିଃ, ହସ୍ତିକା ପ୍ରା. ଲିଃ, ତାରିଣୀ ଆଡ୍‌ଭାଇଜର ପ୍ରା. ଲିଃ, ଆକ୍‌ସୋନୋଟିସ୍‌ ପ୍ରା. ଲିଃ, ଅଲ୍‌ଟ୍ରାସିସ୍‌ ପ୍ରା. ଲିଃ, କାଓବିଟ୍‌ ପ୍ରା. ଲିଃ, ଇଣ୍ଡେଭିଲେଜ୍‌ ପ୍ରା. ଲିଃ,ମାଇଣ୍ଡକୁ୍ୟ ଇଣ୍ଡିଆ ପ୍ରା. ଲିଃ, ଟ୍ରାଇବ୍‌ ଡିଲାଇଟ୍‌ ପ୍ରା. ଲିଃ. ଆଦି ଅନ୍ତର୍ଭୁକ୍ତ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବା ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ୱାରା ରାଜ୍ୟରେ ଉତ୍ପାଦନ କରିବା ପାଇଁ ସମସ୍ତ ଭିତ୍ତିଭୂମି ଓ ସୁଯୋଗ ସୃଷ୍ଟି କରାଯାଉଛି । ଗତବର୍ଷ ଜାତୀୟ ସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍‌ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ଏହାକୁ ନମ୍ବର-୧ କରିବାକୁ ପ୍ରୟାସ କରାଯାଉଛି । ଷ୍ଟାର୍ଟଅପ୍‌ଗୁଡ଼ିକୁ କମ୍ପାନୀରେ ପରିଣତ କରିବା ଦିଗରେ ବିଭାଗ ଯତ୍ନବାନ ରହିଛି । ଏଥି ସହିତ ସମସ୍ତ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉନ୍ନୀତ କରିବା ବ୍ୟାଙ୍କ ଲିଙ୍କେଜ୍‌ ଏବଂ ର୍ୟାଙ୍କିଂ କରିବା ଆଦି କାର୍ଯ୍ୟ କରାଯାଉଛି । ଦେଶର ଶ୍ରେଷ୍ଠ ୧୦୦ ଜଣ ମଧ୍ୟରେ ଓଡ଼ିଶାର ୨ ଜଣ ଷ୍ଟାର୍ଟଅପ୍‌ ରହିଥିବା ଗୌରବର ବିଷୟ ବୋଲି ସଚିବ ସୂଚିତ କରିଛନ୍ତି । ସେଗୁଡ଼ିକ ହେଲା ଗ୍ରୋଜିପ୍‌ ଓ ନେଗୋଟ୍ରିପ୍‌ ପ୍ରା. ଲିଃ । ଓଡ଼ିଆ ଯୁବକ ଆନନ୍ଦ କୁମାର ମିଶ୍ରଙ୍କ ଦ୍ୱାରା ବିକଶିତ ଅନ୍‌ଲାଇନ୍‌ ଡେଲିଭରୀ ଟେକ୍‌ନୋଲୋଜି ମାଧ୍ୟମରେ ସେ ଆଜି ଦେଶର ବହୁ ସହରରେ ତାଙ୍କର ଉପସ୍ଥିତି ଜାହିର କରିପାରିଛନ୍ତି। ବିଶେଷ ଭାବେ ଏମ୍‌ଏସ୍‌ଏମ୍‌ଇ ଉତ୍ପାଦଗୁଡ଼ିକର ଡେଲିଭରୀ ଉପରେ ସେ ଦୃଷ୍ଟି ନିକ୍ଷେପ କରିବେ ବୋଲି କହିଛନ୍ତି । ଗତ ୪ ବର୍ଷ ମଧ୍ୟରେ ସେ ୫୦ ହଜାର ଅର୍ଡର ପାଇଥିବା ଏବଂ ୪୦୦ ଉଦ୍ୟୋଗ ଏହାର ଉପଯୋଗ କରି ଲାଭାନ୍ୱିତ ହୋଇଥିବା ଜଣାପଡ଼ିଛି ।
ସେହିପରି ନେଗୋଟ୍ରିପ୍‌ ପ୍ରା. ଲିଃ ଓଡ଼ିଶାର ଦୁଇଜଣ ଉଦୟମାନ ଉଦ୍ୟୋଗୀ ବିଶ୍ୱଭୂଷଣ ପ୍ରଧାନ ଓ କାମାକ୍ଷା ପ୍ରସାଦ ନାୟକ ଏକ ଟ୍ରାଭେଲ୍‌ ଏଜେନ୍ସି ଭାବେ ଆରମ୍ଭ କରିଥିବାଷ୍ଟାର୍ଟଅପ୍‌ ଭ୍ରମଣକାରୀଙ୍କୁ ଶସ୍ତା ରହଣି ଏବଂ ଭରସାଯୋଗ୍ୟ ଅନ୍‌ଲାଇନ୍‌ ସେବା ଯୋଗାଇ ପାରିଛନ୍ତି । ଯାହା ଷ୍ଟାର୍ଟଅପ୍‌ ଇଣ୍ଡିଆ ଦ୍ୱାରା ସ୍ୱୀକୃତି ପାଇପାରିଛି । ଏହା ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇବା ସହ ଆବେଦନକାରୀଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବାରେ ସଫଳତା ହାସଲ କରିଛି ।

ନିକଟରେ କରାଯାଇଥିବା ସମୀକ୍ଷା ମଧ୍ୟରେ ଆଭେଟି ଲାର୍ନିଂ ପ୍ରା. ଲିଃ. ଇତି ମଧ୍ୟରେ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଓ ୭୦୦ ବିଦ୍ୟାଳୟକୁ ପହଞ୍ଚିପାରି ତା’ର ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । ଏହା ୯୦ ହଜାର ଭିଡ଼ିଓ ପ୍ରସ୍ତୁତ କରି ମୋବାଇଲ୍‌ ମାଧ୍ୟମରେ ଶିକ୍ଷାଦାନର ମାନକୁ ଉନ୍ନତ କରିପାରିଛି । ଏହା ପ୍ରଥମରୁ ସପ୍ତମ ଶ୍ରେଣୀର ଶିକ୍ଷାଦାନ ହାତକୁ ନେଇଥିବାବେଳେ ଏହି ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଏହା ନେଟ୍‌ୱାର୍କ, ବିଜୁଳି ନଥିବା ସ୍ଥାନରେ ମଧ୍ୟ ବ୍ୟବହାର ହୋଇପାରୁଥିବା ଏହାର ବିଶେଷତ୍ୱ । ଭବିଷ୍ୟତରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏହାକୁ ବ୍ୟବହାର କରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ପ୍ରଦାନକୁ ଆହୁରି ଆକର୍ଷଣୀୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ଏବେ ମାସିକ ୨.୫ ଲକ୍ଷ ଟଙ୍କା ଆୟ କରୁଥିବା ସମୀକ୍ଷାରୁ ଜଣାପଡ଼ିଛି । ଆଜିର ଏହି ସମୀକ୍ଷାରେ ୧୧ଟି ଷ୍ଟାର୍ଟଅପ୍‌କୁ ୨୦ ହଜାର ଟଙ୍କା ହିସାବରେ ମାସିକିଆ ଭତ୍ତା ଭାବେ ୨୭ ଲକ୍ଷ ୩୬ ହଜାର ଟଙ୍କା, ଗୋଟିଏ ଷ୍ଟାର୍ଟଅପ୍‌କୁ ୨୫ ଲକ୍ଷ ଟଙ୍କା ଏବଂ ୧୦ଟିକୁ ୧୫ ଲକ୍ଷ ଟଙ୍କା ହିସାବରେ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କୁହାଯାଇଛି ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ୍‌, ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଇଡ୍‌କୋର ନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଏସ୍‌ଟିପିଆଇ ନିର୍ଦ୍ଦେଶକ ମାନସ ପଣ୍ଡା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ନିର୍ଦ୍ଦେଶକ ରେଘୁ ଜି., ଟିଆଇଇ, ଭୁବନେଶ୍ୱରର ଦେବାଶିଷ ପଟ୍ଟନାୟକ, ଲୁମିନସ୍‌ ଇନ୍‌ଫୋେୱଜ୍‌ର ଜୟଶ୍ରୀ ମହାନ୍ତି, ତତ୍ତ୍ୱ ଟେକ୍‌ନୋଲୋଜିର ଅୟସ୍‌କାନ୍ତ ମହାନ୍ତି, ଆଇଏମ୍‌ଏମ୍‌ଟିର ଅଶୋକ ସାହୁ, ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଡ. ଏମ୍‌. ସବାରିମଲାଇ ମାଣିକନ୍ଦନ, ରଶ୍ମିରଞ୍ଜନ ସାହୁ, ଆଲୋକ ଚନ୍ଦ୍ର ଦାସ, ଇଭାନ୍‌ଜେଲିଷ୍ଟ ସଂଯୁକ୍ତ ବଢ଼ାଇ ପ୍ରମୁଖ ଯୋଗଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories