www.samajalive.in
Tuesday, December 9, 2025
19.1 C
Bhubaneswar

ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ ପୃଥ୍ବୀ, ସୂର୍ଯ୍ୟ ଓ ଜୟନ୍ତ

ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବ। ତେବେ ସିରିଜ୍‌ ଆରମ୍ଭ ପୂର୍ବରୁ ଭାରତକୁ ଆଘାତଜନିତ ଝଟ୍‌କା ଲାଗିଛି। ଓପ୍‌ନର ଶୁବ୍‌ମାନ ଗିଲ୍‌, ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅତିରିକ୍ତ ଖେଳାଳି ପେସ୍ ବୋଲର ଆଭେସ୍ ଖାଁ ଆହତ ହୋଇ ସିରିଜ୍‌ରୁ ବାଦ୍‌ପଡ଼ିଛି। ଶନିବାର ବିସିସିଆଇ ଉପରୋକ୍ତ ୩ ଖେଳାଳିଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଓପ୍‌ନର ପୃଥ୍ବୀ ସ’, ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ଜୟନ୍ତ ଯାଦବ ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ। ମୁମ୍ବଇର ପୃଥ୍ବୀ ଓ ହରିୟାଣାର ଜୟନ୍ତ ଟେଷ୍ଟ କ୍ରିକେଟ୍‌ ଖେଳି ସାରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ କେବଳ ଭାରତ ପାଇଁ ଧଳାବଲ୍‌ କ୍ରିକେଟ୍‌ ଖେଳିଛନ୍ତି। ପୃଥ୍ବୀ ଓ ସୂର୍ଯ୍ୟକୁମାର ଏବେ ଶ୍ରୀଲଙ୍କାରେ ଖେଳୁଛନ୍ତି। ଅଫ୍‌ସ୍ପିନର ଜୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଶତକ ହାସଲ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories