www.samajalive.in
Tuesday, December 9, 2025
17.1 C
Bhubaneswar

ଅକ୍ଷୟ ତୁଙ୍ଗ ହେଲେ ଜିଲ୍ଲା କଂଗ୍ରେସ ଉପସଭାପତି

ଆଠଗଡ: ଆଠଗଡର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭ୍ୟ ଅକ୍ଷୟ କୁମାର ତୁଙ୍ଗସାମନ୍ତ କଟକ ଜିଲ୍ଲା କଂଗ୍ରେସ କମିଟିର ଅନ୍ୟତମ ଉପସଭାପତି ଭାବେ ମନୋନୀତ ହୋଇଥିବା ଜଣାପଡିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ତୁଙ୍ଗସାମନ୍ତଙ୍କୁ କଟକ ଜିଲ୍ଲାର ଅନ୍ୟତମ ଉପସଭାପତି ଭାବେ ନିଯୁକ୍ତ କରିବା ପରେ ଆଠଗଡର କଂଗ୍ରେସ ଆନନ୍ଦ ପ୍ରକାଶ ପାଇଛି। ଜଣେ ଦକ୍ଷ ସଂଗଠକ ଭାବେ ଦୀର୍ଘ ୨୫ବର୍ଷ ଧରି କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହିଆସିଥିବା

ଶ୍ରୀ ତୁଙ୍ଗସାମନ୍ତ କଟକ ଜିଲ୍ଲା ସମେତ ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳିରେ ଦଳକୁ ତୃଣମୂଳସ୍ତରରୁ ଅଧିକ ସଂଗଠିତ ଓ କ୍ରିୟାଶୀଳ କରିବାଲାଗି ପ୍ରାଥମିକତା ଦେବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆଠଗଡର ବହୁ କଂଗ୍ରେସ ନେତା ଓ କର୍ମୀ ଶ୍ରୀ ତୁଙ୍ଗସାମନ୍ତଙ୍କୁ ଏହି ନୂତନ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories