www.samajalive.in
Tuesday, December 9, 2025
15.1 C
Bhubaneswar

ଘର ଭିତରେ ନିଆଁ ଲାଗି ବହୁ ସମ୍ପତି ନଷ୍ଟ

ନବରଙ୍ଗପୁର: ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସମୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ରହୁଥିବା ଧର୍ମେନ୍ଦ୍ର ସଗରିୟାଙ୍କ ଘରେ ଆଜି କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ସହ ଘରେ ଥିବା ଗ୍ୟାସ ଟାଙ୍କି ମଧ୍ୟ ନିଆଁରେ ଜଳି ଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ଗ୍ୟାସ ଟାଙ୍କି ଯୋଗୁଁ ଭୟରେ କେହି ପାଖକୁ ଯିବାକୁ ଭୟ କରିଥିଲେ। ତେନ୍ତୁଳିଖୁଣ୍ଟି ଅଗ୍ନିଶମ ଅଧିକାରୀ ଆସିବା ଆଗରୁ ଘରର ବହୁ ଜିନିଷ ପତ୍ର ଜଳି ଯାଇଥିଲା। ମାତ୍ର ୩୦ ମିନିଟ ମଧ୍ୟରେ ନିଆଁଲାଗି ଘରର ସମସ୍ତ ଆସବା ପତ୍ର ସହ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଘରର ସମସ୍ତ ଆସବା ପତ୍ର ସବୁ ନଷ୍ଟ ହୋଇଯିବା ପରେ ମୁଣ୍ଡରେ ହାତ ଦେଇ ବସିପଡିଛନ୍ତି ପୀଡିତ ପରିବାର। ପରିବାରକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories