www.samajalive.in
Monday, December 8, 2025
14.1 C
Bhubaneswar

ନିୟମିତ ଖୋଲୁନି ଚଉଠିଆ ରାଜସ୍ୱ କାର୍ଯ୍ୟାଳୟ, ସମସ୍ୟା ଭୋଗୁଛନ୍ତି ୩ ପଞ୍ଚାୟତ ଜନସାଧାରଣ

ଝୁମ୍ପୁରା: ଝୁମ୍ପୁରା ତହସିଲ ଅନ୍ତର୍ଗତ ଚଉଠିଆ ଠାରେ  ୩ ଟି ପଞ୍ଚାୟତର ଜନସାଧାରଣ ନିମନ୍ତେ ରହିଛି ରାଜସ୍ୱ କାର୍ଯ୍ୟାଳୟ। କିନ୍ତୁ ଏହି କାର୍ଯ୍ୟାଳୟକୁ ରାଜସ୍ୱ ଅଧିକାରୀ ଆସୁନଥିବାରୁ ଏହି କାର୍ଯ୍ୟାଳୟକୁ ଜନସାଧାରଣ ବିଭିନ୍ନ କାର୍ଯ୍ୟନେଇ ଆସି ନିରାଶ ହୋଇ ଫେରୁଥିବା ସମ୍ପର୍କରେ ଅଭିଯୋଗ  କରିଛନ୍ତି। ସଂପ୍ରତି ହାଇସ୍କୁଲ ପରୀକ୍ଷା ଫଳ  ପ୍ରକାଶ ପାଇ ଥିବାରୁ  ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ, ଜାତି ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଆୟ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର କଲେଜରେ ନାମ ଲେଖା ପାଇଁ ଆବଶ୍ୟକ ହେଉଛି। ପିଲାଙ୍କ ଅଭିଭାବକମାନେ ଜନସେବା କେନ୍ଦ୍ରରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବା ପରେ ରାଜସ୍ୱ କାର୍ଯ୍ୟାଳୟକୁ ଯାଇଥାନ୍ତି।  କିନ୍ତୁ ରାଜସ୍ୱ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ  ଅଭିଭାବକ ମାନେ ନିରାଶ ହୋଇ ଫେରୁଛନ୍ତି। ସେହିପରି ବର୍ତ୍ତମାନ ଚାଷୀ ମାନେ ଖରିଫ ଧାନ ଚାଷର ପଞ୍ଜିକରଣ କାର୍ଯ୍ୟ ସମବାୟ ସମିତିରେ କରୁଛନ୍ତି।

 

- Advertisement -

ଚାଷୀମାନେ ସମବାୟ ସମିତିରେ ଧାନ ବିକ୍ରି କରିବା ନିମନ୍ତେ ତାଙ୍କ ନାମକୁ ପଞ୍ଜି କରଣ  କରିବା ପୂର୍ବରୁ  ବାକିଥିବା ଖଜଣାକୁ ଦାଖଲ କରିବା ପାଇଁ ରାଜସ୍ୱ କାର୍ଯ୍ୟାଳୟ ଗଲା ବେଳେ ରାଜସ୍ୱ କାର୍ଯ୍ୟାଳୟରେ ଅଧିକାରୀ ଅନୁପସ୍ଥିତ  ରହୁଥିବାରୁ ଚାଷୀ ମାନେ ସରକାରଙ୍କୁ ରାଜସ୍ୱ ପ୍ରଦାନ କରି ପାରୁନଥିବାରୁ ସମବାୟ ସମିତିରେ ତାଙ୍କ ନାମକୁ ଠିକଣା ସମୟରେ ପଞ୍ଜି କରଣ କରିପାରୁ ନାହାନ୍ତି। ଏହି ରାଜସ୍ୱ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଅସନପାଟ, ଚଉଠିଆ, ଗୁଣ୍ଡୁଣିଆଁ ପଞ୍ଚାୟତର ଜନସାଧାରଣ ଏବେ ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି।  ରାଜସ୍ୱ କାର୍ଯ୍ୟାଳୟକୁ ନିୟମିତ ଖୋଲିବା ପାଇଁ ସାଧୁଚରଣ ମହାନ୍ତ, ବନମାଳି ନାଏକ ଙ୍କ ସମେତ ଅନ୍ୟ ଭନ୍ଦ୍ରବ୍ୟକ୍ତି ମାନେ ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟିଙ୍କ ଅବଗତ କରିଛନ୍ତି। ଚଉଠିଆ ରାଜସ୍ୱ କାର୍ଯ୍ୟାଳୟକୁ ନିୟମିତ ଖୋଲିବା ଦିଗରେ ତହସିଲ କର୍ତ୍ତୃପକ୍ଷ ବିଶେଷ ଭାବରେ ଧ୍ୟାନ ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories