www.samajalive.in
Tuesday, December 9, 2025
15.1 C
Bhubaneswar

ଗୋବିନ୍ଦାଲୟରେ ସପୁରୀ ଚାରା ପ୍ରସ୍ତୁତ ତାଲିମ

ନବରଙ୍ଗପୁର : ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ,ଭୁବନେଶ୍ଵର ପକ୍ଷରୁ ନନ୍ଦହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଠାରେ ଗୋବିନ୍ଦାଲୟ ପରିସରରେ ସପୁରୀ ଚାରା ପ୍ରସ୍ତୁତ ତାଲିମ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଉଦଘାଟନ କରି ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ୧୨ଟି ଗବେଷଣା ସଂସ୍ଥାନ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିଛି । ଏଥି ସହିତ ଆକ୍ଷାଙ୍କା ଜିଲ୍ଲା ମଧ୍ୟରୁ ଓଡିଶାରେ ପ୍ରଥମ ସ୍ଥାନ ହାସଲ କରିଥିବା ଗୌରବ ଅଟେ ଉନ୍ନତ କିସମର ଫଳ ପନିପରିବା ଫୁଲ ଚାରା ନିଶ୍ଚିତ ଭାବରେ ଜିଲ୍ଲା ର ଅର୍ଥନୀତି ମଜବୁତ୍ କରିପାରିବ ।
କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ମାଧ୍ୟମ ରେ ଆରମ୍ଭ ହୋଇଥିବା ରାଣୀ ସପୁରୀ ଚାଷ ଆସନ୍ତା ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ୱରର ମୂଖ୍ୟ ଡ ଗୋବିନ୍ଦ ଆଚାର୍ୟ୍ୟ ଯୋଗ ଦେଇ ବିଭିନ୍ନ ଜ୍ଞାନ କୌଶଳ କୁ ବ୍ୟବହାର କରି ପାରିଲେ ଚାଷୀ ମାନଙ୍କ ଆୟ ଦୁଇଗୁଣ ରୁ ଅଧିକ ହୋଇପାରିବ ବୋଲି ମତବ୍ୟତ କରିଥିଲେ । ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଡ ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲା ରେ କାର୍ୟ୍ୟ କରି ହେଉଥିବା କାର୍ୟକ୍ରମ ଓ ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ସତ୍ୟ ସାମନ୍ତରାୟ ଯୋଗ ଦେଇ ଜିଲ୍ଲା ରେ ରାସାୟନିକ ସାର, କୀଟ ପରିଚାଳନା ନିମନ୍ତେ କୃଷକ ମାନେ ଅଧିକ ଯତ୍ନବାନ ହେବା ସହ ପରିବେଶ ପ୍ରତି ତାଙ୍କର ଅବଦାନ ନିମନ୍ତେ ଚିନ୍ତା କରିବା ଦରକାର ବୋଲି କହିଥିଲେ ।
ବିଜ୍ଞାନ ଓ କାରିଗରୀ ବିଜ୍ଞାନ ପ୍ରକଳ୍ପର କ୍ରିୟାନ୍ନ ୟନ୍ କମିଟି ର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ରହି ପନିପରିବା, ଫଳର ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଦିଗରେ ଉଦ୍ୟୋଗୀ ଆଗେଇ ଆସିଲେ ଚାଷୀ ମାନେ ଉଚିତ୍ ମୁଲ୍ୟ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ର ପ୍ରଧାନ ବୈଜ୍ଞାନିକ ଡଃ ପି ଶ୍ରୀନିବାସ ସପୁରୀ ଚାରା ପ୍ରସ୍ତୁତ ତାଲିମ ପ୍ରଦାନ କରିଥିଲେ । ଗୋବିନ୍ଦାଲୟ ର ଅଧ୍ୟକ୍ଷ ସମୁଘମ ପାତ୍ର କାର୍ୟକ୍ରମ କୁ ପରିଚାଳନା କରିବା ସହ ଜିଲ୍ଲା ଏବଂ ବାହାର ଚାଷୀ ମାନଙ୍କୁ ତାଲିମ ପ୍ରଦାନ, କ୍ଷେତ୍ର ପ୍ରଦର୍ଶନ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ। ଚୌଧୁରୀ ଶୋଭା ରାଣୀ ମିଶ୍ର, ଓରମାସର ଉପ କାର୍ୟ ନିର୍ବାହୀ ଏ ଉମା ମହେଶ, ସମ୍ମନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ, ନନ୍ଦାହାଣ୍ଡି ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଜିଲ୍ଲାର ଅନେକ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories