www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ ସହାୟତା ଅପେକ୍ଷାରେ କର୍କଟ ପୀଡିତା ଵୃଦ୍ଧା ମହିଳା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡlହାଣ୍ଡିି ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ପଞ୍ଚାୟତର ସଦର ମହକୁମାର ଜଣେ ଗରୀବ ମହିଳା କ୍ୟାନ୍ସର ରୋଗରେ ପୀଡିତ ହୋଇ ଅର୍ଥ ଅଭାବ ଯୋଗୁଁ ଅଧାରେ ଚିକିତ୍ସା ଛାଡି ଘରକୁ ଫେରି ଆସିଛନ୍ତି ଏବଂ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି। ସୂଚନା ଅନୁଯାଇ କଣ୍ଟାମାଳ ଗ୍ରାମର ମଂଗଳୁ ଜାନିଙ୍କ ସ୍ତ୍ରୀ ଗୋମତୀ ଜlନୀ (୫୫) ତାଙ୍କର ୩ ଗୋଟି ପୁଅ ଥିବାବେଳେ କୁଲି କାମ କରି ପରିବାର ପୋଷଣ କରୁଥିଲେ। କିଛିଦିନ ହେବ ଗୋମତୀ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ମଝିଆ ପୁଅ ତୁଳା ଜାନି ୧୦୮ ଆମ୍ବୁଲାନ୍ସ ଯୋଗେ ମା’ର ଚିକିତ୍ସା ପାଇଁ ଡାବୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ସେଠାରୁ ମା’ଙ୍କ ଦେହ ଭଲ ନ ହେବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

ନବରଙ୍ଗପୁର ଡାକ୍ତର ତାଙ୍କ ମା’ଙ୍କୁ କ୍ୟାନ୍ସର ହୋଇଥିବା କହି ସେଠାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। କୋରାପୁଟ ମେଡିକାଲରେ କରୋନା ମହାମାରୀ ଯୋଗୁଁ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇନପାରିବା ଏବଂ ପାଖରେ ଅର୍ଥ ଅଭାବ ଯୋଗୁଁ ନିରାଶ ହୋଇ ନିଜର ରୁଗଣ ମା’କୁ ଧରି ତୁଳା ଜାନି ନିଜ ଗ୍ରାମକୁ ଫେରି ଆସିଛନ୍ତି। ହାତରେ ପଇସା ନଥିବା ଯୋଗୁଁ ଭଗବାନ ଭରସାରେ ଘରେ ପଡିରହି ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି କ୍ୟାନ୍ସର ପୀଡିତାଙ୍କ ପରିବାର ଲୋକେ। ଏପଟେ ଯନ୍ତ୍ରଣାରେ ଘରେ ପଡି ରହିଛି ପୀଡିତା ଗୋମତୀ ଜାନି। ସରକାରୀ ସହାୟତାରେ ତୁଳା ଜାନିର ଚିକିତ୍ସା କରାଯିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories