www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମ ଦଫାରେ ୫୪ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଟୋକିଓ ଯାତ୍ରା

ନୂଆଦିଲ୍ଲୀ: ଆଉ ମାତ୍ର ୫ ଦିନ ପରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ। ଏଥିପାଇଁ ପ୍ରଥମ ଦଫାରେ ୮୮ ଜଣ ଭାରତୀୟ ଦଳ ଟୋକିଓ ଗସ୍ତ କରିଛନ୍ତି। ପ୍ରଥମ ଦଫାରେ ୫୪ ଜଣ ଖେଳାଳି ଓ ୩୪ ଜଣ ସହଯୋଗୀ ସଦସ୍ୟ ଓ ଅଫିସିଆଲ୍‌ ଟୋକିଓ ଗସ୍ତ କରିଛନ୍ତି। ଶନିବାର ରାତିରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ବିଦାୟ ଉତ୍ସବ ଆୟୋଜନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପରମାଣିକ, ଭାରତୀୟ ଅଲିମ୍ପିକ୍‌ସ ମହାସଂଘ ସଭାପତି ନରିନ୍ଦର ବାତ୍ରା, ସମ୍ପାଦକ ରଜୀବ ମେହେଟ୍ଟା, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିର୍ଦେଶକ ସନ୍ଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ପ୍ରଥମ ଦଫାରେ ୮ଟି କ୍ରୀଡ଼ା- ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା ଦଳ), ବ୍ୟାଡ୍‌ମିଣ୍ଟନ, ଟେବୁଲ ଟେନିସ, ଜୁଡୋ, ଜିମ୍ନାଷ୍ଟିକ୍‌ସ, ସନ୍ତରଣ ଓ ଭାରୋତ୍ତୋଳନ କ୍ରୀଡ଼ାରେ କ୍ରୀଡ଼ାବିତ୍‌ ଓ ସହଯୋଗୀ ସଦସ୍ୟମାନେ ଟୋକିଓ ଗସ୍ତ କରିଛନ୍ତି। କେନ୍ଦ୍ର କୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ନିଜେ ଉପସ୍ଥିତ ରହି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

- Advertisement -

ଖେଳାଳିଙ୍କ ଉଦ୍ଦେଶ୍ୟରେ ‘ଉରି’ ଚଳଚ୍ଚିତ୍ରର ସଂଳାପ ‘ହାଓ ଇଜ୍ ଦି ଜୋସ୍‌’ ବୋଲି ମନ୍ତ୍ରୀ କହିଥିବା ବେଳେ ଖେଳାଳି ହର୍ଷନାଦ କରି ସେମାନେ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ବୋଲି ଜଣାଇ ପରୋକ୍ଷରେ ଜଣାଇ ଦେଇଥିଲେ। ମନ୍ତ୍ରୀ କହିଥିଲେ- ତୁମେ ୧୩୫ କୋଟି ଭାରତୀୟଙ୍କ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିବାରୁ ଗର୍ବ ଅନୁଭବ କରିବା ଉଚିତ। ସାରାଦେଶର ଆଶୀର୍ବାଦ ତୁମମାନଙ୍କ ସହ ଅଛି ଏବଂ ସମସ୍ତେ ତୁମର ସଫଳତାର ଆଶା ରଖିଛନ୍ତି। ମନରେ କୌଣସି ଚାପ ନ ରଖି ଖୋଲାମନରେ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ବାର୍ତ୍ତା ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ସରକାର ଖେଳାଳିଙ୍କୁ ସମସ୍ତ ପ୍ରକାର ସମର୍ଥନ ଦେବାର ପ୍ରୟାସ କରିଛନ୍ତି। ଭାରତୀୟ କ୍ରୀଡ଼ାବିତ୍‌ ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଟୋକିଓ ଯାତ୍ରା କରିଛନ୍ତି। ବିମାନ ବନ୍ଦରରେ ଖେଳାଳିଙ୍କ ସ୍ବାଗତ ଓ ବିଦାୟ ପାଇଁ ବିଶେଷ ବ୍ୟବସ୍ଥା କରା ଯାଇଥିଲା। ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଓ ବିମାନକୁ ଅପେକ୍ଷା କରିଥିବା ଯାତ୍ରୀ, ବିମାନ ବନ୍ଦରର କର୍ମଚାରୀମାନେ ହର୍ଷନାଦ, କରତାଳି ଓ ସ୍ଲୋଗାନ୍ ଦେଇ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମନୋବଳ ବଢ଼ାଇବାର ପ୍ରୟାସ କରିଥିଲେ। ପୂର୍ବରୁ ଅଲିମ୍ପିକ୍‌ସ ଯିବା ପୂର୍ବରୁ ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଏପରି ଭବ୍ୟ ବିଦାୟ ଦିଆଯିବା ଦେଖା ଯାଇନଥିଲା। ପରେ ଭିନ୍ନ ଦଫାରେ ଅନ୍ୟ ଭାରତୀୟ ପ୍ରତିଯୋଗୀ ଟୋକିଓ ଗସ୍ତକରିବେ।

ପୂର୍ବରୁ ଗସ୍ତ କରିଥିବା ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରା ଯାଇଥିଲା। ଖେଳାଳିମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ସହିତ କ୍ରୀଡ଼ାଗ୍ରାମରେ ସାମାଜିକ ଦୂରତ୍ବ ବଜାୟ ରଖିବା ନେଇ ପରାମର୍ଶ ପ୍ରଦାନ କରାଯାଇଛି। ୨୦୧୬ ରିଓ ଅଲିମ୍ପିକ୍‌ସରେ ୧୧୭ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବାବେଳେ ଟୋକିଓରେ ରେକର୍ଡ ୧୧୯ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରି​‌େ​‌ବ। ପୂର୍ବରୁ ଭାରୋତ୍ତୋଳିକା ମୀରାବାଇ ଚାନୁ, ପାଲଟଣା ନୌକାଚାଳିକା ବିଷ୍ଣୁ ସର୍ବାନନ୍‌ ଏବଂ ମୋଟ ୧୫ ଖେଳାଳି ବିଶିଷ୍ଟ ଭାରତୀୟ ସୁଟିଂ ଦଳ ଟୋକିଓରେ ପହଞ୍ଚି ସାରିଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories