www.samajalive.in
Tuesday, December 9, 2025
15.1 C
Bhubaneswar

ସାଇକେଲ ,ବାଇକ୍‍ ମୁହାଁମୁହିଁ ଧକ୍କା ୪ଗୁରୁତର

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ସାଇକେଲ ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏଥିରେ ସାଇକେଲ ଆରୋହୀ ଶ୍ୟାମଘନ ମହାକୁଡ(୭୦) ଏବଂ ବାଇକ ଆରୋହୀ ରମାକାନ୍ତ ମଲ୍ଲିକ(୩୫),ତାଙ୍କ ପନ୍ତ୍ରୀ ରଶ୍ମିତା ମଲ୍ଲିକ(୨୮) ସହିତ ଜଣେ ୧୨ବର୍ଷର ଶିଶୁ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ବାଇକ ଯୋଗେ ରମାକାନ୍ତ ତାଙ୍କ ପନ୍ତ୍ରୀ ଏବଂ ଶଳା ତିନିଜଣ ମିଶି କୁଶଙ୍ଗ ଯାଉଥିଲେ। ଏହି ସମୟରେ ବୀପରୀତ ଦିଗରୁ ଅଯୋଧ୍ୟା ଗ୍ରାମର ଶ୍ୟାମଘନ ଏକ ସାଇକେଲ ଯୋଗେ ଖତ ଧରି ଅରଖପଦର ଆଡକୁ ଯାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସାଇକେଲ ଆରୋହୀଙ୍କ ଡାହାଣ,ହାତ ,ଗୋଡ ଭାଙ୍ଗିଥିବା ବେଳେ ବାଇକ ଚାଳକ ରମାକାନ୍ତ ,ତାଙ୍କ ପନ୍ତ୍ରୀ ଆଉ ଶଳା ମଧ୍ୟ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଖବରପାଇ ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପଂହଚି ସେମାନଙ୍କୁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତୀ କରିଥିଲେ। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories