www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱ ମାନବ ଅଧିକାର ସଂରକ୍ଷଣ ଆୟୋଗର ଆଜୀବନ ଜାତୀୟ ସଭ୍ୟ ହେଲେ ଇଂ.ଲକ୍ଷ୍ମୀକାନ୍ତ ମହାପାତ୍ର

ଭୁବନେଶ୍ବର: ଆମେରିକା ଗଣ ରାଜ୍ୟ, ନିୟୁୟର୍କସ୍ଥିତ ବିଶ୍ୱମାନବ ଅଧିକାର ସଂରକ୍ଷଣ ଆୟୋଗ ଏହାର ନୂଆଦିଲ୍ଲୀସ୍ଥିତ, ଭାରତୀୟ ମୁଖ୍ୟାଳୟ ଜରିଆରେ ଇଂ.ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏଚ୍‌ଆର ଏବଂ ଆଡ୍‌ମିନିଷ୍ଟ୍ରେସନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ଚଳିତ ବର୍ଷ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ଏଥିସହଇଁ. ମହାପାତ୍ରଙ୍କୁ ବିଶ୍ୱ ମାନବ ଅଧିକାର ସଂରକ୍ଷଣ ଆୟୋଗର ଆଜୀବନ ଜାତୀୟ ସଭ୍ୟ ଭାବରେ ମଧ୍ୟ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ୧୯୭୯ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଦେଶ ମାତୃକାର ସେବା ଉଦେଶ୍ୟରେ ପ୍ରଥମେ ଦେଶର ପ୍ରମୁଖ ଡିଫେନ୍ସ ସେବା ବାୟୁସେନାରେ ୨୧ ବର୍ଷ କାର୍ଯ୍ୟରତ ରହି ଦେଶ ସେବାରେ ଏକ ଜ୍ୱଳନ୍ତ ନିଦର୍ଶନ ସୃଷ୍ଟି କରିବା ସହିତ ସେବା ଉପରାନ୍ତ, ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା, ଆକାଶ ଇନଷ୍ଟିଚ୍ୟୁଟ ଭୁବ;ନଶ୍ୱରଶାଖା, ଆଦ୍ୟାନ୍ତ ଏଜୁକେସନ୍ ପ୍ରାଇଭେଟ ଲିମିଟେଡ, ଆଦ୍ୟାନ୍ତ ଏଜୁକେସନାଲ୍ ଏବଂ ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଏବଂ ଦି କୌଟିଲ୍ୟ ଭଳି ଓଡ଼ିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରିବହୁ ପ୍ରସଂଶିତ ହୋଇପାରିଛନ୍ତି। ସେ ମୁଖ୍ୟ ଭାବେ ମାନବ ସମ୍ବଳ, ମାନବ ଅଧିକାର ଏବଂ ଏହାର ରକ୍ଷଣ ଉପରେ ଜାଗୃତ ଭାବେ କାର୍ଯ୍ୟରତ, ଏହି ସଂସ୍ଥା ଗୁଡ଼ିକରେ କାର୍ଯ୍ୟ କରିବା ସମୟରେ ସେ ମାନବ ଅଧିକାର ଉପରେ ଯଥେଷ୍ଟ କାର୍ଯ୍ୟ କରିବା ସହ ସେମାନଙ୍କୁ କିପରି ପ୍ରକୃତ ନ୍ୟାୟ ମିଳିପାରିବ, ତାହାକୁ ନେଇ ସଦା ସର୍ବଦା ଚେଷ୍ଟି ତରହିଛନ୍ତି। ସେ ଜଣେ ସକ୍ରିୟ, କର୍ମଶୀଳ ତଥା ପରୋପକାରୀ ବ୍ୟକ୍ତି ଭାବେ ପରିଚିତ।
ଏହି ଉପାଧି ଗ୍ରହଣ କରିବା ପରେ ତାଙ୍କର ସମାଜ ପ୍ରତି ଦାୟିତ୍ୱ ବୋଧ ଆହୁରି ବଢିଯାଇଛି। ଏହାପରେ ସେ ସମାଜ ପ୍ରତି ତାଙ୍କର ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରତିଶ୍ରୃତିବଦ୍ଧ। ଏହା ତାଙ୍କର ପିତାଙ୍କର ସ୍ୱପ୍ନ ଥିଲା ଯାହାକି ତାଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories