www.samajalive.in
Sunday, December 7, 2025
23.1 C
Bhubaneswar

ସ୍ୱାଧୀନତାର ୭୫ ବର୍ଷ ପରେ ରାଜଦ୍ରୋହ ଆଇନ ଆଉ ଆବଶ୍ୟକ କି? କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ସ୍ୱାଧୀନତା ପୂର୍ବରୁ ତତ୍କାଳୀନ ଔପନିବେଶକ ଶାସନ ସମୟରେ ରାଜଦ୍ରୋହ ଆଇନ ପ୍ରଣୟନ କରାଯାଇଥିଲା । ଏହାକୁ ମୁଖ୍ୟତଃ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିରୋଧରେ ବ୍ୟବହାର କରାଯାଉଥିଲା । କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ଏଭଳି ଆଇନ ଆଉ ଆବଶ୍ୟକ କି ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଆଗତ ଏକ ଯାଚିକାର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ଗୁରୁବାର ଏହା ପ୍ରକାଶ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏହି ଆଇନକୁ ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଲକଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ବ୍ୟବହାର କରାଯାଇଥିଲା । ସ୍ୱାଧୀନତାକୁ ୭୫ ବର୍ଷ ଅତିବାହିତ ହୋଇସାରିଲାଣି । ଏହି ଆଇନ ତଥାପି ଆବଶ୍ୟକ ରହିଛି କି ବୋଲି ମାନ୍ୟବର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ମତ ଲୋଡିଥିଲେ । ଯାଚିକାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ ଯେ ଏହି ଆଇନର ଅପପ୍ରୟୋଗ କରାଯିବା ନେଇ ସର୍ବୋଚ୍ଚ ଅଦାଲତଙ୍କର ଆଶଙ୍କା ରହିଛି । ସରକାର କାହିଁକି ଏହି ଔପନିବେଶକ ସମୟର ଆଇନକୁ ଉଚ୍ଛେଦ କରୁନାହାନ୍ତି । ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଏହି ରାଜଦ୍ରୋହ ଆଇନର ଅପବ୍ୟହାର ରୋକିବା ନିମନ୍ତେ କେତେକ ବିଧିବ୍ୟବସ୍ଥା ପ୍ରଣୟନ କରାଯାଇପାରେ ।

- Advertisement -

ସୂଚନାଯୋଗ୍ୟ ଯେ ବ୍ରିଟିଶ ସମୟରେ ପ୍ରଚଳିତ ଏହି ଆଇନରେ କୌଣସି ବ୍ୟକ୍ତି ସରକାରଙ୍କ ବିରୋଧରେ କୌଣସି ଲେଖା ଲେଖିଲେ, ଅଥବା କହିଲେ କିମ୍ବା ସେହିଭଳି ସାମଗ୍ରୀକୁ ସମର୍ଥନ କଲେ, ରାଷ୍ଟ୍ରୀୟ ଚିହ୍ନକୁ ଅପମାନ କଲେ ଅଥବା ଦେଶର ସମ୍ବିଧାନକୁ ନ୍ୟୁନ ଭାବରେ ଦେଖାଇବାର ପ୍ରୟାସ କଲେ, ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪ ଅନୁଯାୟୀ ମାମଲା ରୁଜ୍ଜୁ କରାଯିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories