ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏଥିପ୍ରତି ସତର୍କ ରହିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ଆଜି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଦେଶବ୍ୟାପୀ କୋଭିଡ୍ ମାର୍ଗଦର୍ଶିକାର ଖୋଲା ଉଲ୍ଲଙ୍ଘନ ହେଉଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ତେଣୁ କୋଭିଡ୍ ଉପଯୁକ୍ତ ଆଚରଣର କଡ଼ାକଡ଼ି କାର୍ଯ୍ୟକାରିତା ଲାଗି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ସହିତ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି।
ସେହିଭଳି କୌଣସି ଦୋକାନ, ପ୍ରତିଷ୍ଠାନ ବା ବଜାର ଆଦିରେ କୋଭିଡ୍ ଉପଯୁକ୍ତ ଆଚରଣ ନିୟମ ପାଳନ କରା ନ ଗଲେ ସେଗୁଡ଼ିକୁ ସିଲ୍ କରାଯିବା ସହ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାଲାଗି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡ୍ ଉପଯୁକ୍ତ ଆଚରଣ କଡ଼ାକଡ଼ି ଭାବେ ଲାଗୁ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ
Popular Categories



