www.samajalive.in
Wednesday, December 10, 2025
15.1 C
Bhubaneswar

ଚାଷୀ ନାମ ପଞ୍ଜୀକରଣ ନିମନ୍ତେ ପ୍ରଶିକ୍ଷଣ ଶିବିର

ସୁଆଣ୍ଡୋ : ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଚାଷୀ ମାନେ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜୀକରଣ କରିବେ। ସେଥିପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସଭାଗୃହ ପରିସରରେ ତିନୋଟି ପର୍ଯ୍ୟାୟରେ ୭ଟି ସମବାୟ ସମିତିର ୨୦୪ଜଣ ସମ୍ପାଦକ ଓ ଡାଟା ଅପରେଟର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମକୁ ଉପ ନିବନ୍ଧକ ସମବାୟ ସମିତି ସମୁହ ପୁରୀ ଭୀମଦେନ ସାହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାଉଡାସିଂ ଯୋଗ ଦେଇ ପୂର୍ବ ପଞ୍ଜୀକରଣ ଏ ବର୍ଷ ନବୀକରଣ ହେବନାହିଁ। ଚାଷୀ ଧାନ ବିକ୍ରୟ କରିବା ପାଇଁ ସାନି ନାମ ପଞ୍ଜୀକରଣ କରିବେ ବୋଲି କହିଥିଲେ। ବିଭିନ୍ନ ବ୍ଳକର ଯୋଗାଣ ଅଧିକାରୀ, ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶିବିରକୁ ସଂଯୋଜନା କରିଥିଲେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ। ସୁରେନ୍ଦ୍ର କୁମାର ଦତ୍ତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ସତ୍ୟବାଦୀ, ପିପିଲି , ଡେଲାଙ୍ଗ, କଣାସ ବ୍ଳକର ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର ମାନେ ପ୍ରଶିକ୍ଷଣ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories