www.samajalive.in
Sunday, December 7, 2025
14.1 C
Bhubaneswar

କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ ‘ପରିଚିତ ଆଖି’ ଉନ୍ମୋଚନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ବର: ଅପୂର୍ବା ପ୍ରକାଶନୀ ଦ୍ବାରା ପ୍ରକାଶିତ  ବରିଷ୍ଠ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ପରିଚିତ ଆଖି’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଆଜି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁସ୍ତକର ସଫଳତା କାମନା କରିଛନ୍ତି। ଏହି କବିତା ସଂକଳନ ପାଠକୀୟ ଆଦୃତି ଲାଭ କରିବାରେ ସହାୟକ ହେବ ଏବଂ ଓଡ଼ିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିବ ବୋଲି ପ୍ରକାଶ କରିଛନ୍ତି। ସପ୍ତମ ଋତୁର ସ୍ବପ୍ନ, ବ୍ୟବଧାନ, ବିଶ୍ବାସ, ଆଖି, ଚେକଗେଟ, ପହରା ଦେଉଥିବା ମଣିଷ, ଅପେକ୍ଷା ପର୍ଯ୍ୟନ୍ତ, ଦୁଃଖ, କିଛି ବାଜେ କବିତା, ଚିହ୍ନଚିହ୍ନା ଡୋଳା, ତଥାପି ସଚେନା ରାତି, ବଦଳି ଯାଇଥିବା ଠିକଣା, ବର୍ଷା, ଶୀତ, ମନ ଭୁଲିବାର କଥା, ଏବେ ଆଖି ବୁଜୁଛି, ସତ୍ତା, ନିଜ ପାଇଁ ଚିଠି, ବଦଳୁଥିବା ଋତୁର ଦୃଶ୍ୟ, ପାହି ଆସୁଥିବା ରାତି, ରାତି ପାହିଲେ ରାଉରକେଲଶ, ଜୀବନ ଚିତ୍ର, ସେଇ ସ୍ତ୍ରୀ ଲୋକ, ଫାଶୀ ଖୁଣ୍ଟରେ ସହର, ବୟସର ଫଟୋଗ୍ରାଫ, ଅନ୍ୟମନସ୍କ ସକାଳ, ଏବେ ଖୁବ ଭଲ ଲାଗେ, ଭୟ, ଅନ୍ଧାର, ପରିଚୟ, ଏଇ ସେ ପୃଥିବୀ ପରିଚିତ ଆଖି ଆଦି କବିତା ଏହି ମନୋଜ୍ଞ କବିତା ସଂକଳନ ‘ପରିଚିତ ଆଖି’ରେ ସ୍ଥାନ ପାଇଛି। ‘ପରିଚିତ ଆଖି’ରେ ୧୯୮୩ ପରଠାରୁ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ଏବଂ ଆକାଶବାଣୀରେ ପ୍ରକାଶିତ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କବିତା ସ୍ଥାନୀତ ହୋଇଛି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ରବିପ୍ରିୟ ଦାଶଙ୍କ କବିତା ଗୁଚ୍ଛ ପୁସ୍ତକ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି। କବି ରବିପ୍ରିୟ ଦାଶଙ୍କ କବିତା ସକଳନ ‘ଉର୍ବଶୀର ଗାଁ’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି। ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories