www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରାକ୍ଟର ଓଲଟି ସ୍ବାମୀ ମୃତ,  ସ୍ତ୍ରୀ ଗୁରୁତର

ପାଟଣା: ଆଜି ଅପରାହ୍ନ ୩ଟା ୪୦ ମିନିଟ ସମୟରେ ପାଟଣା – ଡୁମୁରିଆ ରାସ୍ତାର ବଡ଼ ନୂଆଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସଙ୍କଟାପନ୍ନ ଅଛନ୍ତି। ଡୁମୁରିଆ ପଞ୍ଚାୟତରେ ଆଜି ବିପିଏଲ୍ ପରିବାରଙ୍କୁ ତିନି ମାସର ଚାଉଳ ଦିଆଯାଉଥିବା ବେଳେ କୋଠାଘର ଗ୍ରାମର ୮ ରୁ ୧୦ ଆଦିବାସୀ ପରିବାର ରମେଶ ମହାନ୍ତଙ୍କ ଟ୍ରାକ୍ଟର ଭଡାରେ ନେଇ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ନେଇ ଟ୍ରାକ୍ଟରରେ ସେମାନେ ଗ୍ରାମକୁ ଫେରୁଥିବା ବେଳେ ଡୁମୁରିଆ – ମଙ୍ଗଳପୁର ରାସ୍ତାର ବଡ଼ ନୂଆଗାଁ ନିକଟରେ ହଠାତ୍ ଟ୍ରାକ୍ଟରଟି ଓଲଟି ପଡିଥିଲା। ଟ୍ରାକର ଡାଲାରେ ବସିଥିବା କୋଠାଘର ଗ୍ରାମର ସିଂଘୁ ମାଝୀ (୫୮)ଙ୍କର ଡଲାରେ ମୁଣ୍ତ ପିଟି ହୋଇ ରାସ୍ତାରେ ପଡିଯିବାରୁ ତାଙ୍କର ଘଟଣା ସ୍ଥଳରେ  ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ହାରା ମାଝୀ (୫୪)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ପଠାଇଛନ୍ତି। ଖବର ପାଇ ଘଟଗାଁ ଆରକ୍ଷୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories