www.samajalive.in
Tuesday, December 9, 2025
15.1 C
Bhubaneswar

ଏସିଡିଟି ଦୂର ସହ ଅନେକ ସମସ୍ୟାର ସମାଧାନ ଏହି ଉପାୟ

ଆଜିକାଲି ଲୋକମାନେ ଅଧିକ ତେଲିଆ ଓ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଏହାର ଅଧିକ ସେବନ ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ପାଚନତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ। ଏହାସହ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଏପରି କ୍ଷେତ୍ରରେ ସିଝା ହୋଇଥିବା ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। କାରଣ ସିଝା ପରିବାରେ ଅଧିକ ମାତ୍ରାରେ ଫାଇବର, ମିନେରାଲ୍ସ, ଭିଟାମିନ ଓ ଅନେକ ପୋଷକ ତତ୍ତ୍ବ ରହିଛି। ଏହା ଆପଣଙ୍କୁ ଅନେକ ପ୍ରକାର ରୋଗ ସହ ଲଢିବାରେ ସାହାର୍ୟ୍ୟ କରିଥାଏ। ଯେଉଁମାନେ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ସେମାନେ ସିଝା ପରିବା ଖାଇବା ଅତ୍ୟନ୍ତ ଲାଭଦାୟକ ରହିବ। ତେଣୁ ଦୈନିକ ଥରେ ହେଲେ ସିଝା ପରିବା ଖାଆନ୍ତୁ।

ଓଜନ ହ୍ରାସ କରିବା :

- Advertisement -

ସିଝା ପରିବାରେ ଫ୍ୟାଟ ଅଂଶ ରହିନଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ଶରୀରରେ ଫ୍ୟାଟ ଅଂଶ ବଢି ନଥାଏ। ଏବଂ ଓଜନ ନିୟନ୍ତ୍ରିତ ରହିଥାଏ। ସିଝା ପରିବାରେ କ୍ୟାଲୋରୀର ମାତ୍ରା କମ ଥାଏ। ଏହାଦ୍ବାରା ମଧ୍ୟ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ।

ସୁସ୍ଥ ଖାଦ୍ୟ ପଦାର୍ଥ :ପରିବାକୁ ସିଝାଇବା ଦ୍ବାରା ସେଥିରୁ ମାଇକ୍ରୋ-ଅର୍ଗାନିଜ ତତ୍ତ୍ବ ନଷ୍ଟ ହୋଇଯାଏ। ତେଣୁ ଏହାକୁ ସେବନ କରିବା ଦ୍ବାରା ଆପଣ ସୁସ୍ଥ ରହିଥାଆନ୍ତି। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ ଅଟେ। ଏହାସହ ଶରୀର ସୁରକ୍ଷିତ ମଧ୍ୟ ରହିଥାଏ। ତେଣୁ ସୁସ୍ଥ ରହିବା ପାଇଁ ସିଝା ପରିବା ଖାଆନ୍ତୁ।

ଏସିଡିଟି ସମସ୍ୟା ଦୂର କରେ :

ସିଝା ପରିବା ଖାଇବା ଦ୍ବାରା ପେଟ ସଫା ରହିଥାଏ। ଏହା ଶରୀରରେ ଏସିଡିଟି ସମସ୍ୟା ଠାରୁ ଦୂରେଇ ରଖିଥାଏ। ସିଝା ପରିବା ଖାଇବା ଦ୍ବାରା ପେଟ ସଫା ରହିବା ସହ ଚର୍ବି ଅଂଶ କମ କରିଥାଏ। ସିଝା ପରିବାରେ ଉଚ୍ଚ ମାତ୍ରାରେ ଭିଟାମିନ, ମିନେରାଲ୍ସ, ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି।

ହଜମ ଠିକ ହୋଇଥାଏ :

ସିଝା ପରିବା ଖାଇବା ଦ୍ବାରା ତାହା ଠିକ ଭାବେ ହଜମ ହୋଇଥାଏ। କାରଣ ଏହାକୁ ସହଜରେ ଚୋବାଇ ହୋଇଥାଏ। ସିଝା ପରିବା ବହୁତ ନରମ ଲାଗିଥାଏ ଖାଇବାକୁ ତେଣୁ ଏହା ହଜମ ହେବାରେ ଅଧିକ ସମୟ ଲାଗିନଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories