www.samajalive.in
Wednesday, December 10, 2025
17.1 C
Bhubaneswar

ଟୋକିଓ ଅଲିମ୍ପିକ୍ସ ଭାରତୀୟ ଦଳ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆଜି (ମଙ୍ଗଳବାର) ଅପରାହ୍ନ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାବ ବିନିମୟ କରିବେ ।

ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ଭାବ ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ। ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ ।

- Advertisement -

ଭାରତୀୟ ଦଳ : ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ। ଏଥର ସବୁଠାରୁ ବଡ ଖେଳାଳୀ ଦଳକୁ ଭାରତ ଅଲିମ୍ପିକ୍ସ ନିମନ୍ତେ ପଠାଉଛି। ମୋଟ ୬୯ଟି କ୍ରମବର୍ଦ୍ଧିଷ୍ଣୁ  ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ୱ ମଧ୍ୟ ଦେଶ ପାଇଁ କୌଣସି ଅଲିମ୍ପିକ୍ସ ଦୃଷ୍ଟିରୁ ସର୍ବାଧିକ।

ଅଂଶଗ୍ରହଣ କରୁଥିବା କ୍ରୀଡା ପ୍ରଭାଗରେ କେତେକ ସର୍ବପ୍ରଥମ । ପ୍ରଥମଥର ନିମନ୍ତେ ଇତିହାସରେ ଭାରତୀୟ ଅସୀଚାଳନାକାରୀ (ଭାବନୀ ଦେବୀ) ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ନୌଚାଳନାରେ ନେତ୍ରା କୁମାରନ୍ ଭାରତର ପ୍ରଥମ ମହିଳା । ସନ୍ତରଣ ‘କ’ ଶ୍ରେଣୀ ମାନ୍ୟତା ହାସଲ କରି ସଜ୍ଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ନିମନ୍ତେ ଭାରତରୁ ପ୍ରଥମ ସନ୍ତରଣକାରୀ ଭାବେ ଯୋଗ୍ୟତା ହାସଲ କରିଛନ୍ତି

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories