www.samajalive.in
Tuesday, December 9, 2025
26.1 C
Bhubaneswar

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଚୌଦ୍ୱାର:ଚୌଦ୍ୱାର ଥାନା ଅଧିନ ମହିସାଲଣ୍ଡା ଗ୍ରାମରେ ରବିବାର ଭୋର ସମୟରେ ହାତୀ ଆକ୍ରମଣରେ ଜନୈକା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବୃଦ୍ଧା ଜଣକ ହେଲେ ସେହି ଗ୍ରାମର ସରୋଜିନୀ ଜେନା(୭୫)।ସରୋଜିନୀ ଭୋର ସମୟରେ ବାଡି ପଟକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ଗାଁରେ ଲୁଚିଥିବା ଏକ ଦନ୍ତା ହାବୁଡରେ ପଡି ଯାଇଥିଲେ। ଦନ୍ତାଟି ସରୋଜିନୀକୁ ଶୁଣ୍ଡରେ ଟେକି କଚାଡି ଦେବା ସହିତ ତାଙ୍କ ଗୋଡକୁ ଦଳିଚକଟି ଦେଇଥିଲା। ଫଳରେ ସରୋଜିନୀ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ମଙ୍ଗରାଜପୁର ଫରେଷ୍ଟର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ସରୋଜିନୀଙ୍କୁ କଟକ ବଡ ଡାକ୍ତରଖାନା ପଠାଇ ଥିଲେହେଁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

- Advertisement -

ଫରେଷ୍ଟର ପୀତବାସ ମହାପାତ୍ରଙ୍କ କହିବାନୁଯାୟୀ ଏହି ଗୋଟିକିଆ ଦନ୍ତା ହାତୀଟି ଶନିବାର ଚନ୍ଦକା ଜଙ୍ଗଲରୁ ପଳାଇଆସି ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବାଟ ଦେଇ ସ୍ଥାନୀୟ ଶଙ୍କରପୁର ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲରେ ରହିଥିଲା।ଦିନତମାମ ହାତୀର ଗତିବିଧି ଉପରେ ବନବିଭାଗର ନଜର ରହିଥିଲା। ହେଲେ ବିଳମ୍ବିତ ରାତିରେ ଏହି ଦନ୍ତାଟି ମହିସାଲଣ୍ଡା ଗ୍ରାମରେ ପଶି ଏଭଳି ଘଟଣା ଘଟାଇ ସ୍ଥନୀୟ ଡମଣୀ ଜଙ୍ଗଲ ଅଭିମୁଖେ ପଳାଇ ଯାଇଥିବା ସେ ପ୍ରକାଶ କରିଥିଲେ। ମୃତ ସରୋଜିନୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ଓ ସରକାରୀ ସହାୟତା ଅର୍ଥର ୧୦ପ୍ରତିଶତ ୪୦ହଜାର ଟଙ୍କାର ଏକ ଚେକ ସରୋଜିନୀଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିବା ଫରେଷ୍ଟର ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories