www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତ୍‌ପ୍ରେରକ ଶକ୍ତି:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତ୍‌ପ୍ରେରକ ଶକ୍ତି । ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ ପରିପୁଷ୍ଟ କରିବା ପାଇଁ ପ୍ରତିଜ୍ଞା ଦୋହରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌-୧୯ ବିରୁଦ୍ଧରେ ଓଡ଼ିଶାର ସଂଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ସଚେତନତା ପ୍ରସାର ଏବଂ ସର୍ଭେ କାର୍ଯ୍ୟରେ ସେମାନଙ୍କର ନିରବଚ୍ଛିନ୍ନ କଠିନ ପରିଶ୍ରମ ଯୋଗୁଁ ପ୍ରାଣଘାତକ ଭୂତାଣୁ କବଳରୁ ବହୁଲୋକ ସୁରକ୍ଷିତ ରହିପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

 

- Advertisement -

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ କୋରାପୁଟ ଜିଲ୍ଲାରେ ‘କମ୍ୟୁନିଟି ନର୍ସରୀ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ଜିଲ୍ଲାରେ ୧୬ଟି ବଗିଚା ନିର୍ମାଣ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶେଷ ଦେବଦାସୀ ପରଶମଣି ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି। ଜଗନ୍ନାଥ ସଂସ୍କୃତିର ଅନନ୍ୟ ବାର୍ତ୍ତା ବହନ କରୁଥିବା ମହାନ ପୁଣ୍ୟାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ସରକାରୀ ଜାଗାରେ ହଜାର ହଜାର ବୃକ୍ଷରୋପଣ କରି ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣକୁ ମିଶନ ଭାବେ ଗ୍ରହଣ କରିଥିବା ନୟାଗଡ଼ ଜିଲା କଣ୍ଟିଲୋର ଅନ୍ତର୍ଯ୍ୟାମୀ ସାହୁଙ୍କୁ ପ୍ରଶଂସା କରିଛନ୍ତି । ସମାଜର ପ୍ରତ୍ୟେକ ଲୋକଙ୍କୁ ଆଗେଇ ଆସିବା ପାଇଁ ଏବଂ ଓଡ଼ିଶାକୁ ସବୁଜସୁନ୍ଦର କରିବା ନିମନ୍ତେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories