www.samajalive.in
Sunday, December 7, 2025
23.1 C
Bhubaneswar

ପର୍ଯ୍ୟଟକଙ୍କ ମନ ଜିଣିବେ ସରକାର, ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ସ୍ଥାନରେ ହେବ ବୋଟିଂ ସେବା

ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ। ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ ପର୍ଯ୍ୟଟନ ବିଭାଗକୁ ଏକ ମାସ ମଧ୍ୟରେ ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବା ଉଚିତ ବୋଲି ଶ୍ରୀ ମହାପାତ୍ର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦ୍ୱନ୍ଦ୍ୱିତା ଆଧାରରେ ପର୍ଯ୍ୟଟକମାନଙ୍କ ମଧ୍ୟରେ ଲୋକପ୍ରିୟ ସ୍ଥାନଗୁଡିକ ଚିହ୍ନଟ କରାଯିବା ସହ ଏହା ଯେଭଳି ଅନନ୍ୟ ଅନୁଭୂତି ପ୍ରଦାନ କରିବ, ସେ ସବୁକୁ ଦୃଷ୍ଟିରେ ରଖି ସ୍ଥାନ ନିରୂପଣ କରାଯିବ। ସ୍ଥାନର ସଠିକ୍ ପସନ୍ଦ ଏବଂ ଲୋକପ୍ରିୟତା ଏହି କ୍ଷେତ୍ରକୁ ଘରୋଇ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଏବଂ ଏହା ରାଜ୍ୟର ଇକୋ-ଟୁରିଜିମ୍ ଶିଳ୍ପକୁ ପରବର୍ତ୍ତୀ ସ୍ତରକୁ ନେଇଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ସେ ମଧ୍ୟ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସ୍ଥାନୀୟ ଲୋକଙ୍କୁ ଉପଯୁକ୍ତ ତାଲିମ ନେଇ ଏକ ସମ୍ପ୍ରଦାୟ ପରିଚାଳନା ମଡେଲ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

- Advertisement -

ଓଡିଶାରେ ହିରାକୁଦ, ମନ୍ଦିରା, ପାଟୋରା, ଡେରାସ ଏବଂ ହଦଗଡ ସମେତ ଅନେକ ସ୍ଥାନରେ ପ୍ରାୟ ୧୧୮ଟି ବଡ ଏବଂ ଛୋଟ ଡ୍ୟାମ ରହିଛି। ରାଜ୍ୟରେ ଚିଲିକା, ଅଂଶୁପା, ପାଟ ଏବଂ କାଞ୍ଜିଆ, ହୀରାକୁଦ ଭଳି ପ୍ରାକୃତିକ ହ୍ରଦ ରହିଛି। ଏହା ବ୍ୟତୀତ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ପରି ପ୍ରାୟ ଦଶଟି ପ୍ରମୁଖ ନଦୀ ଅବବାହିକା ରହିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ସ୍ଥାନଗୁଡିକରେ ବୋଟିଂ କାର୍ଯ୍ୟକଳାପ ପାଇଁ ଅନେକ ସମ୍ଭାବନା ରହିଥିବା ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories