www.samajalive.in
Tuesday, December 9, 2025
15.1 C
Bhubaneswar

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ରାଲି ଓ ସଚେତନତା କାର୍ଯ୍ୟକ୍ରମ

କଂଟାବାଞ୍ଜି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କଂଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ସାଇକେଲ ରାଲି ଓ ସହରରେ ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି। ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରା ଅବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମିମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳତା ଯୋଗୁ ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ ପେଟ୍ରୋଲ ଡିଜେଲ,ରନ୍ଧନ ଗ୍ୟାସ ର ଦିନକୁ ଦିନ ଦାମ ବୃଦ୍ଧି ପାଇବା ପରିପ୍ରେକ୍ଷୀ ବିଧାୟକ ସାଲୁଜାଙ୍କ ସମେତ ଶତାଧିକ କଂଗ୍ରେସ କର୍ମି ସାଇକେଲ ରାଲିକରି ସହର ସାରା ବୁଲି ପଥପ୍ରାନ୍ତ ସଭାରେ ଜନସାଧାରଣଙ୍କୁ ସଚେତନ କିରିଥିଲେ।

ଏହି ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସେଜି ସିଂ ସାଲୁଜା, ଟିମା ବେହେରା, କୁନୁ ହୋତା, ବବଲୁ ମହାନ୍ତି, ବିଜୟ ବେହେରା, ଘନଶ୍ୟାମ ଗୁପ୍ତା, ସୁଶୀଲ ରାଉତ, ଚମାର ସେଠ, ରାଜୁ ଅଗ୍ରୱାଲ, ରାକେଶ ସେଠ, ଧୂରୁ ଶର୍ମା, ଦୁଃଖୀଶ୍ୟାମ ରାୟ ପ୍ରମୁଖ ସାମିଲ ଥିଲେ। ସିଂଗଲ ପଡା ଛକରେ ଏକ ସଭାରେ ଯୋଗଦେଇ ସାହି ଓ ବସ୍ତି ବାସିନ୍ଦାଙ୍କୁ ଦରଦାମ ବୃଦ୍ଧି ଉପରେ ସଚେତନ କରାଇଥିଲେ ବିଧାୟକ ସାଲୁଜା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories