www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଜୁଲାଇ ୧୧ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @stscdev, @scstrti ଖୋଲି ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଡଙ୍ଗରିଆ କନ୍ଧମାନେ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରିଥା’ନ୍ତି । ସୂଚୀଶିଳ୍ପ, କାଠଖୋଦେଇ, ଚିତ୍ର ଅଙ୍କନ, ପାନିଆ ତିଆରି ହେଉଛି ସେମାନଙ୍କର ମୁଖ୍ୟ ପେଶା। ବୃହତ୍‌ କନ୍ଧ ଜନଜାତିଙ୍କର ଏକ ଅଂଶବିଶେଷ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ। ସେମାନେ ପୋଡୁଚାଷ କରିଥାନ୍ତି ଓ ଉଦ୍ୟାନକୃଷିରେ ଦକ୍ଷ ଅଟନ୍ତି। ହଳଦୀ, ସପୁରୀ ଓ କଦଳୀ ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି। ଝରଣାକୂଳରେ ରହୁଥିବାରୁ ସେମାନେ ନିଜକୁ ‘ଝରଣିଆ’ ବୋଲି କହିଥାନ୍ତି। ନିୟମଗିରି ପର୍ବତର କିମ୍ବଦନ୍ତୀ ନିୟମରାଜାଙ୍କ ବଂଶଧର ଭାବେ ଡଙ୍ଗରିଆ କନ୍ଧମାନେ ନିଜକୁ ଅଭିହିତ କରିଥା’ନ୍ତି। ଦ୍ରାବିଡ଼ ଭାଷା ‘କୁଭି’ ହେଉଛି ଡଙ୍ଗରିଆ କନ୍ଧମାନଙ୍କର କଥିତ ଭାଷା। ଧରିତ୍ରୀ ଦେବୀ (ଧରଣୀ ପେନୁ) ସେମାନଙ୍କର ମହାନ ଦେବୀ ଓ ସେ ଗାଁ ରାସ୍ତା ମଧ୍ୟ ଭାଗରେ ଅଧିଷ୍ଠିତା ହୋଇଥା’ନ୍ତି। ‘ଧରଣୀ ପେନୁ’ଙ୍କୁ ପ୍ରସନ୍ନ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ମେରିଆ ବା କେଡ଼ୁ ଉତ୍ସବ ପାଳନ କରିଥାନ୍ତି। ଡଙ୍ଗରିଆ ଜନଜାତିର ଉଭୟ ପୁରୁଷ ଓ ମହିଳାମାନେ ଲମ୍ବା କେଶ ରଖିଥାନ୍ତି। ଆଉ ମଧ୍ୟ ଉଭୟ କାନ ଓ ନାକକୁ ଆଭୂଷଣରେ ସଜାଇଥାନ୍ତି। ସେମାନେ ସୂଚୀଶିଳ୍ପରେ ରଙ୍ଗୀନ ଶାଲ୍‌ ସିଲେଇ କରିଥାନ୍ତି। ତାହାକୁ ‘କପଡ଼ା ଗଣ୍ଡା’ କୁହାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories