www.samajalive.in
Tuesday, December 9, 2025
17.1 C
Bhubaneswar

ବନ ବିଭାଗର ଚଢ଼ଉ, ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ସମ୍ବଲପୁର: ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ ଅବାଧରେ ଚୋରା କାଠ କାରବାର ଜାରି ରହିଥିବା ବେଳେ ଏହା ଉପରେ ବନ ବିଭାଗ ପକ୍ଷରୁ ମଝିରେ ମଝିରେ ଚଢ଼ଉ କରାଯାଉଛି। ଏହି କ୍ରମରେ ସମ୍ବଲପୁରର ମୋଦିପଡା ଛକ ସ୍ଥିତ ଏକ କାଠ ନିର୍ମାଣ ସାମଗ୍ରୀ ଦୋକାନରେ ଅଚାନକ ସୋମବାର ଦିନ ସମୟରେ ବନ ବିଭାଗର ଏସିଏଫ ଗୋକୁଳ ଚନ୍ଦ୍ର ପାଇକ ଓ ଭିଜିଲାନ୍ସ ୱିଙ୍ଗର ଅଧିକାରୀ ଲକ୍ଷ୍ମଣ ମାରଡୀଙ୍କ ନେତୃତ୍ୱରେ ମିଳିତ ଭାବରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ଦୋକାନ ମାଲିକ ଫେରାର ମାରିଥିବା ବେଳେ ସେଠାରୁ ୪୦ ସିଏଫଟି ଶାଗୁଆନ କାଠ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବିଭାଗ ଜବତ କରିଛି। ମାଲିକ ଫେରାର ଥିବାରୁ ବନ ବିଭାଗ ପକ୍ଷରୁ ଦୋକାନର ପଞ୍ଜିକରଣ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ତୁରନ୍ତ ଦାଖଲ କରିବାକୁ ନୋଟିସ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ସହରର ଉପକଣ୍ଠସ୍ଥ ନକ୍ସାପାଲି ଠାରେ ମୁଲ୍ୟବାନ ଶାଗୁଆନ କାଠ ଗୁଡିକୁ କାଠ ମାଫିଆ ମାନେ ରାତିଅଧିଆ କାଟି ଚୋରି କରି ଆଣିଥିଲେ। ତେବେ ଗ୍ରାମବାସୀଙ୍କ ସଚେତନତା ଓ ସର୍ତକତା ଯୋଗୁଁ ଗୋଟିଏ କାଠ ଚୋର ସମେତ ଅନେକ କଟା ଗଛକୁ ମାଫିଆ ମାନେ ନେଇ ପାରି ନ ଥିଲେ। ଏହି ଘଟଣା ପରେ ପୁଲିସ ଗତ ରବିବାର ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ମୋଦିପଡା ସ୍ଥିତ ସେହି ଦୋକାନରୁ ବନ ବିଭାଗ ପୁର୍ନବାର ଲକ୍ଷାଧିକ ଟଙ୍କା ଶାଗୁଆନ କାଠ ଜବତ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପରପକ୍ଷରେ ଗତ ରବିବାର ପୁଲିସ ଚଢ଼ଉ ସମୟରେ ଗିରଫ କରିଥିବା ୫ ଜଣ କାଠ ଚୋରଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories