www.samajalive.in
Tuesday, December 9, 2025
15.1 C
Bhubaneswar

ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ଆସନ୍ତାକାଲି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଆସନ୍ତାକାଲି ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଓ ଆସନ୍ତା ଗୁରୁବାର ସକାଳେ ନୂଆ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କିଛି ସମୟ ପୂର୍ବରୁ କେତେକ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା ସମୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନର ଦରବାର ହଲରେ ଅନୁଷ୍ଠିତ ହେବ।

ଇତି ମଧ୍ୟରେ ଅନେକ ରାଜ୍ୟର କିଛି ତୁଙ୍ଗ ନେତା ନୂଆଦିଲ୍ଲୀରେ ପହଁଚିଥିବା ବେଳେ କୁହାଯାଉଛି ଯେ ସେମାନେ ଡାକରା ପାଇବା ପରେ ଆସିଛନ୍ତି ଓ ସେମାନେ ମନ୍ତ୍ରୀ ଭାବରେ ଶପଥ ନେବେ। ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟରେ ୮୧ଟି ମନ୍ତ୍ରୀ ପଦ ଥିବା ବେଳେ ଏବେ ୫୩ ଜଣ ମନ୍ତ୍ରୀ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଉଛନ୍ତି। ତେଣୁ ୨୮ଟି ମନ୍ତ୍ରୀପଦ ଖାଲିଥିବା ବେଳେ ଆସନ୍ତାକାଲି ୨୨ କିମ୍ବା ୨୩ ଜଣ ଶପଥ ନେବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ କେତେ ଜଣ ମନ୍ତ୍ରୀ ସେମାନଙ୍କ ପଦ ହରାଇବାର ମଧ୍ୟ ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories