www.samajalive.in
Tuesday, December 9, 2025
15.1 C
Bhubaneswar

ସୁରଭିଶୋଧ ଏବଂ ବିକାଶ କେନ୍ଦ୍ର ବିଛୁବାହାଲିରେ ବନମହୋତ୍ସବ ପାଳିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଳକର ସୁରଭି ଶୋଧ ଏବଂ ବିକାଶ କେନ୍ଦ୍ର ବିଛୁବାହାଲିରେ ୭୨ତମ ବନମହୋତ୍ସବ ସପ୍ତାହର ଷଷ୍ଠ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ସୁରଭିଶୋଧର ସଭାପତି ପ୍ରବୀଣ ଆର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସମିର କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ପୂର୍ବତନ ସମ୍ପାଦକ ରମେଶ ଅଗ୍ରୱାଲ ମଞ୍ଚାସୀନ ଥିଲେ। ବରିଷ୍ଠ ସଭ୍ୟ ଅଶୋକ ଛାପଡିଆ ସଭା ପରିଚାଳନା କରିଥିଲେ। ସୁରଭିଶୋଧ ପରିସରରେ ଏକ ଔଷଧୀୟ ବଗିଚା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପରେ ଅତିଥିମାନେ ନଡ଼ିଆ, ଆମ୍ବ,ବେଲ, ନିମ୍ବଆଦି ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଜିତ ଜୈନ, ଅଜୟ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ରମେଶ ଅଗ୍ରୱାଲ, ମୁରାରୀ ଲାଲ ଅଗ୍ରୱ।ଲ, ଅର୍ଜୁନ ଜୈଶୱ।ଲ, କୈଳାଶ ରଣା, ବନମାଳୀ ସାହୁ, ଫରେଷ୍ଟର ଆଦିତ୍ୟ ମିଶ୍ର, ବିନୋଦ ବିହାରୀ ଧରୁଆ, ସତ୍ୟ ନାରାୟଣ ମାଝୀ, ଘନଶ୍ୟାମ ପଶାୟତ, ଫରେଷ୍ଟଗାର୍ଡ ଚନ୍ଦ୍ରକାନ୍ତୀ ସୁନା, ରିତାଞ୍ଜଳି ନିଆଁଲ ଆଦି ସହଯୋଗ କରିଥିଲେ। ଠିକ ସେହିପରି କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ମଧ୍ୟ ବୃକ୍ଷ ରୋପଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟବ୍ରତ ମିଶ୍ର, ସଞ୍ଜୟ କୁମାର ମିଶ୍ର,ଦେବେନ୍ଦ୍ର ମେହେର, ଲୋହିତାକ୍ଷ ଯୋଶୀ, ଦୀପାଳି ଶର୍ମା, ପ୍ରକୃତିବନ୍ଧୁ ଡୋଳାମଣି ମହତ, ଆଶିଷ ଜୈନ, ଆଦି ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories