www.samajalive.in
Monday, December 8, 2025
14.1 C
Bhubaneswar

ନବବଧୂର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ନୂଆ ପାଟଣା ଗ୍ରାମରେ ଜଣେ ନବବଧୂ ନିଜ ଘର ଭିତରେ ପଙ୍ଖାରେ ଝୁଲି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ମୃତ ନବବଧୂ ଜଣକ ହେଲେ ନୂଆପାଟଣା ଗ୍ରାମର ନରେନ୍ଦ୍ର କୁମାର ବେହେରାଙ୍କ ସ୍ତ୍ରୀ ନିରୂପମା (୨୮)। ନିରୂପମା ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଶାଣୁଘର ଲୋକେ କହୁଥିବାବେଳେ ଅଧିକ  ଯୌତୁକ ଦାବି କରି ତାକୁ ଶାଶୁଘର ଲୋକେ ହତ୍ୟା କରିଛନ୍ତି ବୋଲି ମୃତ ନିରୂପମାର ଭାଇ ନିର୍ମଳ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି।

ପ୍ରକାଶଯେ ଚୌଦ୍ୱାର ବଉଳେଇସାହିର ନିର୍ମଳଙ୍କ ସାନ ଭଉଣୀ ନରୂପମାର ଗତ ଦୁଇମାସ ତଳେ ନୂଆପାଟଣା ଗ୍ରାମର ନରେନ୍ଦ୍ରଙ୍କ ସହିତ ବୈଦିକ ରୀତିରେ ବାହାଘର ହୋଇଥିଲା। ବାହାଘର ସମୟରେ ଦାବି ମୁତାବକ ସମସ୍ତ ଜାନି ଯୌତୁକ ଦିଆ ଯାଇଥିଲା ବୋଲି ନିର୍ମଳ ପ୍ରକାଶ କରିଛନ୍ତି। ହେଲେ ପରବର୍ତ୍ତି ସମୟରେ ଅଧିକ ଯଉତୁକ ଆଣିବା ପାଇଁ ନିରୂପମାକୁ ତା ଶାଶୁଘର ଲୋକେ ବାଧ୍ୟା କରୁଥିଲେ ବୋଲି ନିରୂପମାର ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ଅଭିଯୋଗ କରିଛନ୍ତି। ଉଭୟ ନରେନ୍ଦ୍ର ଓ ନିରୂପମାଙ୍କ ସମ୍ପର୍କ ସ୍ୱାଭାବିକ ଚାଲିଥିବା ବେଳେ ସୋମବାର ସକାଳେ ନିରୂପମା ତାଙ୍କ ଶୋଇବା ଘରେ ବେକରେ ପିନ୍ଧାଲୁଗା ବାନ୍ଧି ପଙ୍ଖାରେ ଝୁଲୁଥିବା ତାଙ୍କ ଶାଶୁ ଦେଖିବାକୁ ପାଇ ପରିବାର ଲୋକ ଓ ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ଖବରପାଇ ଟିପିଏମ୍‍ ଫାଣ୍ଡୀ ଅଧିକାରୀ ମାନସ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ  ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ତଦନ୍ତକାରୀ ଅଧିକାରୀ ତପସ୍ୱିନୀ କାନୁନ୍‍ଗୋ ସାଇନ୍‍ଟିଫିକ୍‍ ଟିମ୍‍ ସହିତ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛନ୍ତି। ଏସମ୍ପର୍କରେ ନରେନ୍ଦ୍ରଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଜାରୀ ରହିଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories