www.samajalive.in
Tuesday, December 9, 2025
16.1 C
Bhubaneswar

ତେଜୁଛି ଗ୍ରାହକଙ୍କ ଅସନ୍ତୋଷ

ଖଣ୍ଡଗିରି: ଭରତପୁର ଅଞ୍ଚଳରେ ବିଦ୍ୟୁତ୍‌ ବିଭାଗର ଖାମଖିଆଲ ନୀତି ଯୋଗୁଁ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଦିନକୁ ଦିନ ଅସନ୍ତୋଷ ତେଜିବାରେ ଲାଗିଛି। ଭରତପୁର ଅଞ୍ଚଳରେ ପ୍ରାୟ ୧୫ ହଜାର ଲୋକ ବସବାସ କରନ୍ତି। ଉକ୍ତ ଅଞ୍ଚଳରେ ବହୁ ବସ୍ତି ଓ ନଗର ଗଢ଼ିଉଠିଛି ୧୯୯୯ ମହାବାତ୍ୟା ପରେ ବିଦ୍ୟୁତ୍ ବିଭାଗ ମନଇଚ୍ଛା ଖୁଣ୍ଟ ପୋତି ଓ ତାର ଟାଣି ବିଦ୍ୟୁତ୍ ବଣ୍ଟନ କରିଥିଲା। ଏହାପରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ ଖୁଣ୍ଟରେ କେବୁଲ୍ ଟଣା ଯାଇଥିଲା। ସମୟାନୁସାରେ ଗ୍ରାହକ ସଂଖ୍ୟା ବଢ଼ିଥିଲା। ଏବେ କିନ୍ତୁ ଉକ୍ତ ତାର କାହା ଛାତ ଉପର ଦେଇ ଯାଇଛି ତ ଆଉ କାହାର ବାଲ୍‌କୋନୀ ଓ ଘର କାନ୍ଥ ଉପରେ ଲାଗି ଯାଇଛି। କାଳକ୍ରମେ ଖରା ବର୍ଷା ଖାଇ ଏହି େକବୁଲ ତାରର ଉପର ଆବରଣ ବାହାରି ଗଲାଣି। ତାର ଖୋଲା ରହିବା ଫଳରେ ପକ୍ଷୀ ଓ ଅନ୍ୟ କିଛି ଜିନିଷ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳି ଯାଉଛି। ବିପଦପୂର୍ଣ୍ଣ ଅବସ୍ଥାରେ ତାର ଟଣା ଯାଇଥିବାରୁ ଲୋକମାନେ ନିଜ ବାଲକୋନୀ ଓ ଛାତ ଉପରକୁ ଆସିବାକୁ ନିରାପଦ ମଣୁ ନାହାନ୍ତି। ଛୋଟ ଛୋଟ ପିଲାଙ୍କ ପାଇଁ ଆହୁରି ବିପଦ ସୃଷ୍ଟି ହୋଇଛି। ତେଣୁ ଏହି ଅଞ୍ଚଳରେ ନା ଖୁଣ୍ଟ ଠିକ୍‌ରେ ପୋତା ଯାଉଛି ନା ତାର ପରିବର୍ତ୍ତନ କରାଯାଉଛି।

ଏନେଇ ବିଦ୍ୟୁତ୍ ବିତରଣ ବିଭାଗ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି। ଏହା ଭିତରେ ସେସୁ, ଫେଡକୋ କମ୍ପାନୀ ବଦଳି ଏବେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ବ ତୁଲାଉଛି। କମ୍ପାନୀ ବଦଳିଛି କିନ୍ତୁ ଲୋକଙ୍କ ସମସ୍ୟା ବଦଳିନାହିଁ। ଏସବୁ କାରଣ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ବିଭାଗୀୟ ଅଧିକାରୀ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଭରତପୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି, ଆମ ପାଖକୁ ସେପରି କିଛି ଅଭିଯୋଗ ଆସିନାହିଁ। ଅଭିଯୋଗ ପାଇଲେ ଆମେ ତୁରନ୍ତ ପଦକ୍ଷେପ ନେବୁ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories