www.samajalive.in
Sunday, December 7, 2025
26.1 C
Bhubaneswar

ଟୋକିଓ ଅଲିମ୍ପିକରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ବର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଓଡ଼ିଶାର କିଟ ବିଶ୍ୱବିଦ୍ୟାଳୟରୁ ୩ଜଣ ଖେଳାଳି ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିବା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ରବିବାର ଭୁବନେଶ୍ୱରରେ ଭର୍ଚୁଆଲରେ ଆୟୋଜିତ ଜାତୀୟସ୍ତରର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଛନ୍ତି ଯେ କିଟ୍‍ ଓ କିସ୍‍ ସର୍ବଦା ଶିକ୍ଷା ସହ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ କ୍ରୀଡ଼ା କ୍ଷେତ୍ର ପ୍ରତି କିଟ୍‍ ଓ କିସ୍‍ର ଯଥେଷ୍ଟ ଅବଦାନ ରହିଛି। କିସ୍‍ ମାଧ୍ୟମରେ ହଜାର ହଜାର କ୍ରୀଡ଼ାବିତ୍‍ଙ୍କୁ ସୁଯୋଗ ଦିଆଯାଇଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ ଜରିଆରେ ମଧ୍ୟ ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖୋଳାଳି ଭାବେ ସୁଯୋଗ ପାଇଛନ୍ତି। ନିକଟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍‍ସରେ ଭାରତ ତଥା ଓଡ଼ିଶାର ଗର୍ବ ଓ ଗୌରବ କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ ଦ୍ୱିତୀୟ ଥର ପାଇଁ ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଏକମାତ୍ର ଭାରତୀୟ ଭାବେ ଦୂତୀ ଚାନ୍ଦ ଦ୍ୱିତୀୟ ଥର ଅଲିମ୍ପିକ୍‍ସରେ ୧୦୦ ଓ ୨୦୦ ମିଟର ଦୌଡ଼ ଭଳି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି।


ଦୂତୀଙ୍କ ବ୍ୟତୀତ କିଟ୍‍ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଛାତ୍ରଛାତ୍ରୀ ମଧ୍ୟ ଟୋକିଓ ଅଲିମ୍ପିକ୍‍ସରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅସି ଚାଳିକା ସି.ଏ.ଭବାନୀ ଦେବୀ ଏବଂ ଜାଭେଲିନ୍‍ ଥ୍ରୋ ଖେଳାଳି ଶିବପାଲ୍‍ ସିଂହ। ସି.ଏ. ଭବାନୀ ଦେବୀ ଏବେ କିଟ ବିଶ୍ବବିଦ୍ୟାଳୟରେ ପିଏଚ୍‍ଡି କରୁଛନ୍ତି। ଭବାନୀ ଦେବୀ ଏକମାତ୍ର ଓ ପ୍ରଥମ ଭାରତୀୟ ଅସି ଚାଳିକା ଭାବେ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରୁଛନ୍ତି। ଗତ ମାର୍ଚ୍ଚ ମାସରେ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱକପରେ ଉତ୍ତମ ପ୍ରଦର୍ଶନ ସହ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ତାଙ୍କର ବିଶ୍ୱ ରାଙ୍କ ୪୨ ରହିଥିବା ବେଳେ ୨୦୧୮ରେ ଅଷ୍ଟ୍ରିଆରେ ଅନୁଷ୍ଠିତ ବରିଷ୍ଠ ରାଜ୍ୟଗୋଷ୍ଠୀ ଅସିଚାଳନା ଚାମ୍ପିଅନ୍‍ସିପରେ ସ୍ୱର୍ଣ୍ଣପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। କିଟ୍‍ ବିଶ୍ବବିଦ୍ୟାଳୟର ବିବିଏ ଛାତ୍ର ଶିବପାଲ୍‍ ସିଂହ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାର ଏସିଏନ୍‍ଡବ୍ଲ୍ୟୁ ମିଟ୍‍ରେ ୮୫.୪୭ ମିଟର ଜାଭେଲିନ୍‍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକସପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ଭାରତର ଅନ୍ୟତମ କ୍ରୀଡ଼ାବିତ୍‍ ନିରଜ ଚୋପ୍ରାଙ୍କ ସହ ଶିବପାଲ୍‍ ଜାଭେଲିନ୍‍ ଥ୍ରୋରେ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡାକ୍ତର ଭାବେ କିମ୍‍ସର ଡାକ୍ତର ସୁଦୀପ ଶତପଥୀ ମନୋନୀତ ହୋଇ ଜାପାନ ଗସ୍ତ କରୁଛନ୍ତି। ଡା. ଶତପଥୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକ୍‍ସରେ ସ୍ପୋର୍ଟସ ମେଡିସିନ୍‍ ଡାକ୍ତର ଭାବେ ଯୋଗ ଦେଇଥିବା ବେଳେ କ୍ଲିନିକାଲ୍‍ ଫିଜିଓଲୋଜିଷ୍ଟ ତଥା ସ୍ପୋର୍ଟସ ଆଣ୍ଡ ଏକ୍‍ସରସାଇଜ୍‍ ଫିଜିଓଲୋଜି ବିଶେଷଜ୍ଞ ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି।
କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପୌରୋହିତ୍ୟରେ ରବିବାର ଏହି ଖେଳାଳିଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍‍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ତଥା ପର୍ୟ୍ୟଟନ ବିଭାଗ ମୁଖ୍ୟ ସଚିବ ବିଶାଳ କୁମାର ଦେବ ଯୋଗଦେଇଥିଲେ। କିଟ୍‍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ୨୦୧୩ରୁ ଦୂତୀ ଚାନ୍ଦଙ୍କ୍ ସମସ୍ତ ସୁଖ ଦୁଃଖରେ କିଟ୍‍ ରହି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ। ଅଲିମ୍ପିକ୍‍ରୁ ଫେରିବା ପରେ ଦୂତୀଙ୍କ ପାଇଁ କିଟ୍‍ ତରଫରୁ ଦୁଇଟି ବଡ଼ ଉପହାର ପ୍ରଦାନ କରାଯିବ ବୋଲି ଏହି ଅବସରରେ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହି କାର୍ୟ୍ୟକ୍ରମରେ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀ ଓ ଲକ୍ଷାଧିକ କ୍ରୀଡ଼ାପ୍ରେମୀ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories