www.samajalive.in
Tuesday, December 9, 2025
16.1 C
Bhubaneswar

ତୈଳ ଓ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍‍

ଭୁବନେଶ୍ୱର :  ଗତ ୨୦୧୪ ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଜପା ସରକାର ଆସିବା ପରଠାରୁ ଗତ ସାତବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଗୁଣା ବଢ଼ି ୧୦୦ ଟଙ୍କା ଟପିଲା। ମୁଦ୍ରାସ୍ଥିତି ଅସ୍ଥିର। ଯାହାଫଳରେ ସବୁବର୍ଗର ଲୋକ ଆଜିର ମହାମାରୀ ସମୟରେ ଖୁବ୍‍ କଷ୍ଟ ପାଉଛନ୍ତି। ସେହି ସମୟରେ ଜାଳେଣୀ ଗ୍ୟାସ୍‍ ସିଲିଣ୍ଡର ପିଛା ଗତ ସାତ ବର୍ଷରେ ୧୦୦% ଅଧିକ ବୃଦ୍ଧି ପାଇଛି। ୧୪ କେ.ଜି ସିଲିଣ୍ଡିର ପିଛା ୮୬୧ ଟଙ୍କା ହେଲାଣି। ଏକଥା କ’ଣ କେନ୍ଦ୍ର ସରକାରରେ ଥିବା ଭାଜପାର କାହାରି ଆଖିରେ ପଡ଼ୁନାହିଁ ? ମହିଳାଙ୍କ ଆଖିରୁ ଲୁହ ଝରିଲାଣି। ସେହି ଲୁହ କେନ୍ଦ୍ର ସରକାରଙ୍କର ନେତାମାନେ ଘର ଘର ବୁଲି ଭୋଟ ମାଗିଲା ବେଳେ ନିଶ୍ଚୟ ଦେଖିବେ ଓ ଜବାବ୍‍ ମଧ୍ୟ ପାଇବେ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।
ଶ୍ରୀ କାନୁନଗୋ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। କେଉଁ ସ୍ୱାର୍ଥରେ ରାଜ୍ୟ ସରକାର ହାଣ୍ଡିଶାଳର ଗୃହିଣୀମାନଙ୍କ ଦୁଃଖ ଲାଘବ କରିବା ନିମନ୍ତେ ପଦକ୍ଷେପ ନେଇନାହାନ୍ତି। କେନ୍ଦ୍ର ବିରୋଧରେ ପଦୁଟିଏ ସ୍ୱର ଉଠାଇନାହାନ୍ତି। ଯେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଚାଲିଥିଲା ସବୁ ଦର ଏହାର ଅଧା ଥିଲା, ସେ ସମୟରେ ଯେଉଁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ମୁଣ୍ଡରେ ସିଲିଣ୍ଡର ବୁଲେଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଦ୍ଦାବାଦ କରୁଥିଲେ, ସେମାନେ ଆଜି କାହାନ୍ତି ? ଦିନେ ବିଜେଡ଼ି-ବିଜେପି ୪୦୦ ଟଙ୍କିଆ ସିଲିଣ୍ଡର ମୁଣ୍ଡେଇ ରାସ୍ତା ଉପରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମୁର୍ଦ୍ଦାବାଦ କରୁଥିଲେ। ଏକଥା କ’ଣ ସେମାନଙ୍କର ମନେ ନାହିଁ ? କେନ୍ଦ୍ର ସରକାର ଇତି ମଧ୍ୟରେ ଶୁଳ୍କ ଓ ସେସ୍‍ ବାବାଦରେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟରୁ ପାଖିପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି। ସରକାରୀ କମ୍ପାନୀ କେତେ କଲା, ଆଉ ବନ୍ଧୁ କମ୍ପାନୀ ଆଦାନି, ଅମ୍ବାନୀ କେତେ ନେଲେ ଏ କଥା କେନ୍ଦ୍ର ସରକାର ସାଧାରଣରେ ପ୍ରକାଶ କରିବା ଉଚିତ୍‍ ଏବଂ ଏହି କମ୍ପାନୀ ନିର୍ବାଚନ ବଣ୍ଡ ଜରିଆରେ ଦଳୀୟ ପାଣ୍ଠିକୁ କେତେ ଦେଲେ ଏ ସବୁ ସ୍ପଷ୍ଟ ଭାବରେ ଜଣାଇଲେ ଭାଜପା ନେତାଙ୍କର ସ୍ୱଚ୍ଛତା ପ୍ରମାଣିତ ହେବ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories