www.samajalive.in
Tuesday, December 9, 2025
17.1 C
Bhubaneswar

ଭୁବନେଶ୍ୱର ଏମ୍ସରେ ଚାଲିଛି ଏକମୋ ମେସିନ୍‍ ସ୍ଥାପନ କାର୍ଯ୍ୟ : ୧୫ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର ଏମ୍ସରେ ସ୍ଥାପନ ପାଇଁ ପ୍ରଥମ ଏକମୋ ମେସିନ୍‍ ଆସି ପହଞ୍ଚିଛି। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି ମେସିନ୍‍ ଆସିବା ଦ୍ୱାରା ଓଡ଼ିଶାରୁ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍‌ସରେ ଏକମୋ ମେସିନ କାର୍ଯ୍ୟକ୍ଷମ ହେବ। ଜୁନ ୨୯ରେ ପହଞ୍ଚିଥିବା ଏକମୋ ମେସିନ ସ୍ଥାପନ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଦ୍ବିତୀୟ ଏକମୋ ମେସିନ ଆସିବ ବୋଲି ଅଧିକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।

ପ୍ରଶିକ୍ଷଣ ନେଇଥିବା  ଡାକ୍ତରୀ ଟିମରେ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ, ଡାକ୍ତର କ୍ରିଷ୍ଣା ଓ ଡାକ୍ତର ସତ୍ୟଜିତ୍‍ ମିଶ୍ର ଅଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନାହିଁ। ଖୁବ୍ ଶୀଘ୍ର ଏହି ତାଲିମ ଶେଷ ହେବ। ତେବେ ଅସନ୍ତା ୧୫ ତାରିଖ ସୁଦ୍ଧା ଏହି ଏକମୋ ମେସିନ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।

- Advertisement -

ତେବେ ଆସନ୍ତା ତିନିମାସରେ ଇ-ଟେଣ୍ଡରରେ ଆଉ ଏକ ଏକମୋ ମେସିନ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories