www.samajalive.in
Sunday, December 7, 2025
14.1 C
Bhubaneswar

ଆତଙ୍କର ନୂଆ ଅସ୍ତ୍ର

ଅସ୍ତ୍ରବିରତି ସୁଯୋଗରେ ଡ୍ରୋନ ମାଧ୍ୟମରେ ଶସ୍ତ୍ର ପଠାଉଛି ପାକିସ୍ତାନ

ଜାମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟୀ ଉପରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଡ୍ରୋନରେ ଆକ୍ରମଣ କରିଛନ୍ତି। ଏହାର କିଛିଦିନ ବ୍ୟବଧାନରେ ରତନୁଚକ୍‌ରେ ଥିବା ସେନାରେ ବ୍ରିଗେଡ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସେହିପରି ସୁଞ୍ଜବନ ସେନା କାର୍ଯ୍ୟାଳୟ ନିକଟରେ କ୍ରମାଗତ ୩ୟ ଥର ପାଇଁ ଡ୍ରୋନ ଠାବ କରାଯାଇଥିଲା। ଏସବୁକୁ କେବଳ ଆକ୍ରମଣ ଦୃଷ୍ଟିରେ ଦେଖିଲେ ହେବନି। ଭାରତୀୟ ସେନାକୁ ଏହା ଏକ ପ୍ରକାର ଖୋଲା ଆହ୍ବାନ; କାରଣ ଭାରତ-ପାକିସ୍ତାନ ମଧ୍ୟରେ ଏବେ ଅସ୍ତ୍ର ବିରତି ରାଜିନାମା ଅନୁଯାୟୀ ସଂଘର୍ଷ ବନ୍ଦ ରହିଛି। ଆତଙ୍କବାଦୀମାନେ ପାକିସ୍ତାନ ପଟୁ ଭାରତକୁ ଆସି ପାରୁ ନାହାନ୍ତି ା ସେମାନେ ସୀମା ଆରପଟେ ଥାଇ ଡ୍ରୋନ ଦ୍ବାରା ଭାରତୀୟ ଅଞ୍ଚଳ ଉପରକୁ ଆକ୍ରମଣ କରୁଛନ୍ତି। ସମସ୍ତ ଘଟଣାର ତଦନ୍ତ ଏବେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) କରୁଛି। ପାକିସ୍ତାନରୁ ଡ୍ରୋନ ଆସି ଭାରତର ଜମ୍ମୁ ବିମାନ ଘାଟୀରେ ଆକ୍ରମଣ କରିପାରୁଛି। ଦେଶର ସୁରକ୍ଷା ପାଇଁ ଏହାଠାରୁ ଆଉ କ’ଣ ବଡ଼ ବିପଦ ହୋଇପାରେ?

- Advertisement -

ଜମ୍ମୁର ଯେଉଁ ସାମରିକ ବିମାନଘାଟି ଉପରେ ଡ୍ରୋନଦ୍ବାରା ଆକ୍ରମଣ କରାଯାଇଥିଲା ପାକିସ୍ତାନ ସୀମାଠାରୁ ତା’ର ଦୂରତା ମାତ୍ର ୧୪ କି.ମି (ଆକାଶ ପଥରେ) ା ଭାରତୀୟ ସୁରକ୍ଷା ସଂସ୍ଥା ନିକଟରେ ଡ୍ରୋନ ପ୍ରତିରୋଧ ପ୍ରଣାଳୀର ଅଭାବ ରହିଛି। ଚୀନ୍‌ ଏକାଥରକେ ପ୍ରାୟ ୩୬ ଶହ ଡ୍ରୋନ ଉଡ଼ାଇ ଏହାଦ୍ବାରା କ’ଣ କରାଯାଇ ପାରେ ତାହା ବିଶ୍ବବାସୀଙ୍କୁ ଜଣାଇ ଦେଇଛି। ଗତ ୪/୫ ବର୍ଷ ହେଲା ଡ୍ରୋନ ଆକ୍ରମଣ ବୃଦ୍ଧି ପାଇଛି। ରାଜସ୍ଥାନ, ଗୁଜୁରାଟ ଓ ପଞ୍ଜାବକୁ ଡ୍ରୋନ ଜରିଆରେ ମାରଣାସ୍ତ୍ର ସହ ନିଶାଦ୍ରବ୍ୟ ଆସୁଥିବା ଖବର ଆମେ ପୂର୍ବରୁ ଜାଣିଛନ୍ତି। ଡ୍ରୋନ ପ୍ରତିରୋଧୀ ପ୍ରଣାଳୀ ଯୋଗାଇ ଦେବାକୁ ବିଗତ ୪/୫ ବର୍ଷ ହେଲା ଭାରତୀୟ ପ୍ରତିରକ୍ଷା ସଂସ୍ଥା କହି ଆସୁଛି। ଆରମ୍ଭରୁ ଆତଙ୍କବାଦୀମାନେ ସେନାର ପ୍ରମୁଖ ଘାଟୀ ଉପରେ ଡ୍ରୋନ ଦ୍ବାରା ଆକ୍ରମଣ କଲେଣି ା ଆଗକୁ ବିଦ୍ୟୁତ୍‌ କେନ୍ଦ୍ର, ତୈଳ ବିଶୋଧନ କାରଖାନା, ପରମାଣୁ କାରଖାନା, ଷ୍ଟକ୍‌ ଏକ୍ସଚେଞ୍ଜ ଓ ଯୁଦ୍ଧାସ୍ତ୍ର ଭଣ୍ଡାର ପରି ବଡ଼ବଡ଼ ଅନୁଷ୍ଠାନ ଉପରେ ସେମାନେ ଆକ୍ରମଣ କରି ପାରନ୍ତି। ଗତ ବର୍ଷ ସାଉଦି ଆରବର ତୈଳ ବିଶୋଧନ କମ୍ପାନୀ ଆରମକୋ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଇରାନ କରିଥିବା କୁହାଯାଉ ଥିଲେ ହେଁ କୌଣସି ପ୍ରମାଣ ମିଳି ନଥିଲା। ସେହିପରି ଆର୍ମେନିଆ-ଆଜରବୈଜାନ ଯୁଦ୍ଧରେ ବ୍ୟାପକ ଭାବେ ଡ୍ରୋନ ମୁତୟନ କରାଯାଇ ପରସ୍ପରର ସେନା ଠିକଣାକୁ ଧ୍ବଂସ କରି ଦିଆଯାଇଥିଲା। ତେଣୁ ଯୁଦ୍ଧରେ ଡ୍ରୋନ ଏକ ପ୍ରକାର ଅମୋଘ ଅସ୍ତ୍ର ପାଲଟିଛି।

ଏଥିରୁ ନିସ୍ତାର ପାଇବାକୁ ହେଲେ ଆମକୁ ଡ୍ରୋନ ପ୍ରତିରୋଧ ପ୍ରଣାଳୀ ବିକଶିତ କରିବାକୁ ପଡ଼ିବ। ଭାରତ-ପାକିସ୍ତାନ ମଧ୍ୟରେ ୩,୩୨୩ କି.ମି ଦୈର୍ଘ୍ୟ ବିଶିଷ୍ଟ ସୀମାରେଖା ରହିଛି। ଏ​‌େ​‌ତ ବିଶାଳ ସୀମାରେ ଆମେ କେଉଁଠି ଜଗି ଶତ୍ରୁପକ୍ଷର ଡ୍ରୋନକୁ ଗୁଳି କରି ଖସାଇବା? ଏବେ ଏହା ସମ୍ଭବ ନୁହେଁ। ଇସ୍ରାଏଲ, ଆମେରିକା ଓ ରୁଷ୍‌ ନିକଟରେ ଉନ୍ନତମାନର ଡ୍ରୋନ ପ୍ରତିରୋଧ ପ୍ରଣାଳୀ ରହିଛି। ଏଗୁଡ଼ିକର ମୂଲ୍ୟ ମଧ୍ୟ ଅଧିକ। ଭାରତ ଖୁବ୍‌ ଶ୍ରୀଘ୍ର ଡ୍ରୋନ ପ୍ରତିରୋଧ ପ୍ରଣାଳୀ ବିକଶିତ କରିବ ବୋଲି ଗତ ୩ ବର୍ଷ ତଳେ ପ୍ରତିରକ୍ଷା ଗବେଷଣା ଓ ବିକଶିତ ସଂସ୍ଥା (ଡିଆରଡିଓ )ସୂଚନା ଦେଇଥିଲା। ତେବେ ଏପର୍ଯ୍ୟନ୍ତ ଏହା ନିର୍ମାଣ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ଜଣାପଡ଼ି ନାହିଁ। ସ୍ଥଳ ସେନା, ବାୟୁସେନା ଓ ସୀମା ସୁରକ୍ଷା ବଳ ନିକଟରେ ଏପରି ଉପକରଣ ଅଭାବ ପରିଲକ୍ଷିତ ହୋଇଛି। ଡ୍ରୋନର ଆକାର ଛୋଟ ଥିବାରୁ ଏହାକୁୁ ରେଡାର ଠାବ କରିବା ଅସମ୍ଭବ। କୌଣସି ଡ୍ରୋନକୁ ନଷ୍ଟ କରିବାକୁ ଏବେ ପ୍ରାୟ ୪ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଛି। ପ୍ରଥମଟି ହେଲା ‘ଡ୍ରୋନ ଗନ’। ଏକ କି.ମି ଦୂରରୁ ଏହାକୁ ଗୁଳି କରି ଖସାଇ ଦିଆଯିବା ସମ୍ଭବ। ଡ୍ରୋନର ରେଡିଓ ସିଗ୍‌ନାଲକୁ ବନ୍ଦ କରାଯାଇ ଏହାକୁ ନିଷ୍କ୍ରିୟ କରାଯାଇ ପାରିବ। ଦ୍ବିତୀୟଟି ହେଲା ‘ଡ୍ରୋନ କ୍ୟାଚର’। ଏହା ମାଧ୍ୟମରେ ଡ୍ରୋନ ଉପରକୁ ଜାଲ ଫିଙ୍ଗି ତାକୁ ଧରାଯାଇ ପାରିବ। ତୃତୀୟଟି ହେଲା ‘ସ୍କାଏ ୱାଲ’। ତଳେ ଥାଇ କୌଣସି ଡ୍ରୋନ ଉପରକୁ ଗୁଳି ଚଳାଇ ଖସାଇ ଦିଆଯାଇ ପାରିବ। ଶେଷଟି ହେଲା ‘ସ୍କାଏ ଡ୍ରୋନ ସିଷ୍ଟମ’। ଏହି ବ୍ୟବସ୍ଥା ଦ୍ବାରା ଶତ୍ରୁ ପକ୍ଷର ଡ୍ରୋନର ଗତିକୁ ହ୍ରାସ କରାଯାଇ ପାରିବ। ଉଡ଼ିବା କ୍ଷମତା ହ୍ରାସ ପାଇଲେ ଡ୍ରୋନଟି ଆପେଆପେ ତଳେ ଖସିପଡ଼ିଥାଏ। ଭାରତରେ ପ୍ରାୟତଃ ପ୍ରଥମ ପ୍ରକାର ଉପାୟ ଅବଲମ୍ବନ କରାଯାଇଥାଏ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏପର୍ଯ୍ୟନ୍ତ ଭାରତ ନିକଟରେ ସେମିତି କିଛି ବ୍ୟବସ୍ଥା ନାହିଁ; ଯାହାଦ୍ବାରା ​‌େ​‌ଡ୍ରାନକୁ ଆଗୁଆ ଠାବ କରିହେବ। ଚୀନ୍‌ ବିଭିନ୍ନ ପକ୍ଷୀ ଆକୃତିର ଡ୍ରୋନ ତିଆରି କରିଛି। କୌଣସି ଦେଶର ରେଡାର ଏହାକୁ ଠାବ କରି ପାରୁନାହାନ୍ତି। ବାସ୍ତବରେ ଏହା ପକ୍ଷୀ ନା ଡ୍ରୋନ କିଏ ଆକାଶରେ ଉଡ଼ୁଛି ତାହା ରେଡାର ଜାଣିପାରୁ ନାହିଁ। ତେଣୁ ଚୀନ୍‌ର ଡ୍ରୋନ ଯଥେଷ୍ଟ ଶକ୍ତିଶାଳୀ କୁହାଯାଉଛି। ଯଦି ଏପରି ଡ୍ରୋନ ତା’ର ମିତ୍ର ଦେଶ ପାକିସ୍ତାନକୁ ଦେଇଥାଏ ତେବେ ଭାରତ ପାଇ: ଏହା ମୁଣ୍ଡବ୍ୟଥାର କାରଣ ପାଲଟିବ।

ଗତ କିଛି ମାସ ହେଲା ଉଭୟ ଦେଶ ମଧ୍ୟରେ ସୀମାରେ ଅସ୍ତ୍ର ବିରତି ଜାରି ରହିଛି। ଏଥିଯୋଗୁଁ ସୀମାରେ ଗୁଳି ଚାଳନା ଏକ ପ୍ରକାର ବନ୍ଦ ହୋଇ ଯାଇଛି। ଏହି ସମୟ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଭାରତ ସହ ଅସ୍ତ୍ର ବିରତି ରାଜିନାମା ସ୍ବାକ୍ଷର କରିବା ପାକିସ୍ତାନ ପାଇଁ ବାଧ୍ୟ ଥିଲା। କାରଣ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗରେ ଏଫଏଟିଏଫ ନାମକ ଅନ୍ତର୍ଜାତୀୟ ସଂଗଠନ ପାକିସ୍ତାନ ଉପରେ କଟକଣା ଜାରି କରିଥିଲା। ଏହି ଅନୁଷ୍ଠାନକୁ ଖୁସି କରିବା ପାଇଁ ତଥା ନିଜର ଭାବମୂର୍ତ୍ତି ସୁଧାରିବା ପାଇଁ ଭାରତ ସହ ଯୁଦ୍ଧ ବିରତି ରାଜିନାମା ପାଇଁ ପାକିସ୍ତାନ ସମ୍ମତି ପ୍ରଦାନ କରିଥିଲା; କାରଣ ଅନୁପ୍ରବେଶ କରିବା ସମୟରେ ଭାରତୀୟ ସେନା ଯେଉଁ ଆତଙ୍କବାଦୀଙ୍କୁ ମାରନ୍ତି ତାହା ପାକିସ୍ତାନ ପ୍ରାୟୋଜିତ ବୋଲି ଅନ୍ତର୍ଜାତୀୟ ସମୁଦାୟ ଜାଣନ୍ତି। ତେଣୁ ଏହାକୁ ଲୁଚାଇବା ପାଇଁ କାଶ୍ମୀର ମଧ୍ୟରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ନିକଟକୁ ଡ୍ରୋନ ସାହାଯ୍ୟରେ ପାକିସ୍ତାନ ମାରଣାସ୍ତ୍ର ଯୋଗାଇ ସେଠାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏନେଇ ସତର୍କ କରିବା ପରେ ଦେଶର ସୁରକ୍ଷା କର୍ମୀ ସମ୍ଭାବ୍ୟ ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସୁୁରକ୍ଷା କର୍ମୀ ଚାଖଣ୍ଡେ ଗଲେ ଆତଙ୍କବାଦୀ ହାତେ ଯାଉଛନ୍ତି। ଏପରି ପରିସ୍ଥିତିରେ ଭାରତୀୟ ସେନାକୁ ଅତ୍ୟାଧୁନିକ କାରିଗରୀ କୌଶଳ ସମ୍ପନ୍ନ ଡ୍ରୋନ ଯୋଗାଇ ଦେବା ଜରୁରୀ ହୋଇ ପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories