www.samajalive.in
Monday, December 8, 2025
14.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଯୁକ୍ତ ଦୁଇ ନାମଲେଖାରେ ଅସୁବିଧା ହେବନି। ଆକବଶ୍ୟକସ୍ଥଳେ ସିଟ ବଢ଼ାଯିବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

–ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ। ଏ ପର୍ଯ୍ୟନ୍ତ ଭାରତ ୩୨କୋଟି ୭୬ଲକ୍ଷ ପାନ ଟିକାକରଣ କରିସାରିଛି

- Advertisement -

–ରଥଯାତ୍ରାବେଳେ ପୁରୀକୁ ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିବ

–ଯାଜପୁର ୩ଟି ଯାକ ନଗଡ଼ା ଗାଁର ଲୋକେ କୋଭିଡ ଟିକା ନେଲେ

–ବିଜେପି କାର୍ଯ୍ୟକାରିଣୀ ବୈଠକରେ ୧୦ଟି ପ୍ରସଙ୍ଗରେ ଚିଠା ପ୍ରସ୍ତାବ ପାରିତ

–କରୋନା କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା। କୋଭିଡ କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ୧ଲକ୍ଷ ୧୦ହଜାର କୋଟି ସହାୟତା

–୧୦ଟି ଜିଲାରେ ୬୦ସିଟ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ ହେବ।

–କିଛି ସ୍କୁଲରେ ନମ୍ବର ବଢ଼ିବା ନେଇ ସ୍ପଷ୍ଟିକରଣ ରଖିଲେ କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ସଭାପତି ରାମାଶିଷ ହାଜରା। ଯାହା ହୋଇଛି ନିୟମ ଅନୁସାରେ ହୋଇଛି

–ମାଟ୍ରିକ ପରୀକ୍ଷା ଅସନ୍ତୋଷ ନେଇ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା। ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି।

– ୨ଟି ପରୀକ୍ଷା ଓ ୪ ବର୍ଷର ପର୍‌ଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କିଛି ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇପାରିବେ।

–ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା କ୍ରାଇମ ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ; ୧୯୯୪ ବ୍ୟାଚ୍‍ ର ଆଇପିଏସ ଅଧିକାରୀ ଶ୍ରୀ ପଣ୍ଡା ଓଏସପିଏଚଡବ୍ଲୁସିର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ

–ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୮ଟି ଅର୍ଥନୈତିକ ଆଶ୍ୱସ୍ତିମୂଳକ ପଦକ୍ଷେପ ଘୋଷଣା। କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା। ଋଣ ଗ୍ୟାରେଣ୍ଟି ଯୋଜନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କାର ଯୋଜନା ଅନ୍ତର୍ଭୁକ୍ତ

–ଅଣୁ ଅର୍ଥଲଗାଣକାରୀ ସଂସ୍ଥାଗୁଡିକ ଜରିଆରେ ୨୫ ଲକ୍ଷ ଲୋକଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା। ପୁରୁଣା ଋଣ ପରିଶୋଧ ପରିବର୍ତ୍ତେ ନୂଆ ଋଣ ପ୍ରଦାନ ଉପରେ ଋଣ ଗ୍ୟାରେଣ୍ଟି ଯୋଜନା ଧ୍ୟାନ କେନ୍ଦ୍ରୀଭୂତ କରିବ। ଜରୁରୀ ଋଣ ବ୍ୟବସ୍ଥା ଗ୍ୟାରେଣ୍ଟି ଯୋଜନା ନିମନ୍ତେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କା ଘୋଷଣା

–ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ। ୧୧,୦୦୦ ପଞ୍ଜିକୃତ ପର୍ଯ୍ୟଟନ ଗାଇଡଙ୍କ ପାଇଁ ଆର୍ଥିକ ସହାୟତା। ଭ୍ରମଣ ଓ ପର୍ଯ୍ୟଟନ ଅଂଶୀଦାରଙ୍କ ନିମନ୍ତେ ୧୦୦% ସରକାରୀ ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

–ପର୍ଯ୍ୟଟନ ଗାଇଡଙ୍କ ପାଇଁ ଅନୁରୂପ ଭାବେ ୧୦୦% ସରକାରୀ ଗ୍ୟାରେଣ୍ଟିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ୫,୦୦,୦୦୦ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ପର୍ଯ୍ୟଟନ ଭିସା, ଏହି ଯୋଜନା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ

–ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ ; ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ୪ ନମ୍ବର ଉତକ୍ଷେପଣ ସ୍ଥଳରୁ ସଫଳତାର ସହିତ କରାଯାଇଥିଲା ପରୀକ୍ଷା

–ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜିର କୁଳପତି ନିଯୁକ୍ତ

–ଇରାକ-ସିରିୟା ସୀମାନ୍ତରେ ଆମେରିକାର ଆକାଶ ମାର୍ଗରୁ ଆକ୍ରମଣ

–ଦେଶରେ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭୯ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୬,୭୩୦ ମୃତ୍ୟୁ ହାର ୧.୩୧%

–ଦିନକରେ ଆଉ ୫୮,୫୭୮ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୩,୦୯,୬୦୭ ସୁସ୍ଥ ; ଆରୋଗ୍ୟ ହାର ୯୬.୮୦%; ୫,୭୨,୯୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–୨୪ ଘଣ୍ଟାରେ ୧୭,୨୧,୨୬୮ ଟିକା ନେଇଥିବା ବେଳେ ମୋଟ ୩୨,୩୬,୬୩,୨୯୭ ଟିକା ନେଇ ସାରିଛନ୍ତି

–ମାଟ୍ରିକ ପରୀକ୍ଷାଫଳକୁ ନେଇ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

–ରାଜ୍ୟରେ ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

–କଟକ, ଖୋର୍ଦ୍ଧା ଜିଲା ସର୍ବାଧିକ ଚିନ୍ତାର କାରଣ ପାଲଟିଛି ; ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର, ପୁରୀରେ ମଧ୍ୟ ଖସୁନାହିଁ ସଂକ୍ରମଣ

–କରୋନାରେ ରାଜ୍ୟରେ ଆଉ ୪୩ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ମୃତ ; କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦

–ବୁର୍ଲା ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଯୋଜନା ପଣ୍ଡ ; ୪ ଦୁର୍ବୃତ୍ତ ଗିରଫ

–ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬
ଦେଶରେ ପେଟ୍ରୋଲ ଲିଟର ଟପିଲା ୧୧୦ ଟଙ୍କା

–ପୂର୍ବତନ ଏସପିଓ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟାକଲେ ଆତଙ୍କବାଦୀ; ଘର ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ

–ବର ପସନ୍ଦ ହେଲାନାହିଁ, ଛଅ ଫେରା ପରେ କନ୍ୟା ବେଦୀରୁ ଉଠିଗଲା

–ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories