www.samajalive.in
Tuesday, December 9, 2025
23.1 C
Bhubaneswar

କାଗଜ କଲମରେ ଚାଲିଛି ବାଦିକଟା ସ୍ୱାସ୍ଥ୍ୟ ଉପକେନ୍ଦ୍ର

ବୌଦ୍ଧ : ବୌଦ୍ଧବ୍ଲକ ଅଇଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଦିକଟା ଗ୍ରାମରେ ଦୀର୍ଘବର୍ଷ ହେଲା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲାଯାଇଛି। କିନ୍ତୁ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ କର୍ମଚାରୀ ଆସୁନଥିବାବେଳେ ବର୍ଷ ବର୍ଷ ଧରି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖାଯାଏ। ବାଦିକଟା, ସିଂହପାଲି, ଜଟିପାଲି, ଅଁଳାଝୁଲି, ସାହୁପଡା, ମଲିକପଡା ଗ୍ରାମବାସୀଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ବା ପରାମର୍ଶ ଯୋଗାଇଦେବାକୁ ଏହି ଉପକେନ୍ଦ୍ର ଖୋଲାଯାଇଥିଲା। କିନ୍ତୁ ଏହି ଗ୍ରାମଗୁଡିକର ସ୍ୱାସ୍ଥ୍ୟ ସେବା କେବଳ କାଗଜ କଲମରେ ଚାଲିଥିବା ଅଭିଯୋଗ ହେଉଅଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସରକାରୀ କାଗଜପତ୍ରରେ ବାଦିକଟା ନାମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନାମ ଅଛି କିନ୍ତୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ବାଦିକଟାର ନାମ ନାହିଁ। ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଅନ୍ୟ ଗ୍ରାମରେ ରହୁଥବାରୁ ଛୋଟଶିଶୁ ଓ ପ୍ରସୂତୀ ମା ମାନଙ୍କୁ ଚିକିତ୍ସା ସେବା ମିଳିପାରୁନାହିଁ। ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଗ୍ରାମବାସୀମାନଙ୍କ ଏହି ପ୍ରମୁଖ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ପ୍ରତିଦିନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲାଯିବାକୁ ବ୍ୟବସ୍ଥା କରିବା ସହ ଶିଶୁ ଓ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି ହେଉଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories