www.samajalive.in
Sunday, December 7, 2025
23.1 C
Bhubaneswar

ମିକ୍ସ ଚାଟ୍‍

ଆବଶ୍ୟକ ସାମଗ୍ରୀ
ଟମାଟୋ – ୪ଟି ( କଟା ଯାଇଥିବା)
ମଟର – ୧କପ ( ସିଝା ଯାଇଥିବା)
ଆଳୁ – ୧ଟି (ସିଝା ଯାଇଥିବା)
ପିଆଜ – ୧ଟି (କଟା ଯାଇଥିବା)
ଅଦା – ୧ ଚାମଚ (କଟା ଯାଇଥିବା)
କଞ୍ଚା ଲଙ୍କା – ୧ ଚାମଚ (କଟା ଯାଇଥିବା)
ଧନିଆପତ୍ର – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
କଳାଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ତେନ୍ତୁଳି ଚଟଣି (ସାମାନ୍ୟ ଚିନି ମିଶା ଯାଇଥିବା)- ଅଳ୍ପ
ଧନିଆପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ତେଲ କିମ୍ବା ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ –  ଚାଟ୍‍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଅଦା, କଞ୍ଚାଲଙ୍କା, ପିଆଜ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ କଟା ଯାଇଥିବା ଟମାଟୋ ,ଲୁଣ ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ଏଥିରେ ଗରମ ମସଲା, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ପକାଇ ୫ ମିନିଟ କଷନ୍ତୁ। ଏବେ ଏଥିରେ ସିଝା ଆଳୁ, ସିଝା ମଟର, ଅଧ କପ ପାଣି ଦେଇ କିଛି ସମୟ ଗ୍ୟାସରେ ବସାନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଧନିଆ ଚଟଣି, ତେନ୍ତୁଳି ଚଟଣି, କଳାଲୁଣ, ନିଜ ପସନ୍ଦ ଅନୁଯାୟୀ ଛଣା ସେଉ , କଟା ପିଆଜ , ଧନିଆପତ୍ର ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ମିକ୍ସ ଚାଟ୍‍ ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories