www.samajalive.in
Monday, December 8, 2025
16.1 C
Bhubaneswar

ନବରଙ୍ଗପୁର ଆଇଟିଡିଏର ପ୍ରକଳ୍ପସ୍ତରୀୟ ବୈଠକ : ସରକାରୀ ଅନୁଦାନ ଆସୁନଥିବାରୁ ଉଦବେଗ

ନବରଙ୍ଗପୁର : ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ନବରଙ୍ଗପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୭୬ତମ ପ୍ରକଳ୍ପସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗୁଗୁଲ୍‍ମିଟରେ ଆୟୋଜିତ ବୈଠକରେ ଜିଲାପାଳ ଡଃ,ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଗତ ଦୁଇବର୍ଷ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଆୟବ୍ୟୟର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଅନୁମୋଦିତ କରାଯାଇଥିଲା। ଏଥିରେ ଉପସ୍ଥିତ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ସମସ୍ତ ବ୍ଳକର ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବରିଷ୍ଠ ସଦସ୍ୟ ସୋମନାଥ ବିଷୋୟୀ ଗତ ଦୁଇ ବର୍ଷର ସ୍ୱଳ୍ପ ଅନୁଦାନ ରାଶି ବିଷୟନେଇ ଉଦବେଗ ପ୍ରକାଶ କରିଥିଲେ। ଉପରିସ୍ଥ ଅଧିକାରୀଙ୍କର ସହ ଯୋଗାଯୋଗ କରି ପାଣ୍ଠି ଆସିବା ବ୍ୟବସ୍ଥା କରିବା ପାଇଁ ମତାମତ ଦେଇଥିଲେ।

ବିଗତ ଦୁଇ ବର୍ଷରେ ପ୍ରାପ୍ତ ହୋଇଥିବା ପାଣ୍ଠି ଧାରା ୨୭୫ (୧) ଏସସିଏ ଟୁ ଟିଏସପି , ରାଜ୍ୟ ଯୋଜନା, ଅଣ ଯୋଜନା, ଓ ମିଶନ ସୁବିଦ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ବିଗତ ଦୁଇବର୍ଷରେ ରାସ୍ତା ଓ ଯୋଗାଯୋଗ ପାଇଁ କୈାଣସି ପାଣ୍ଠିରୁ ଅନୁଦାନ ମିଳିନଥିବାରୁ ସମସ୍ତେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଦକ୍ଷତାବିକାଶ ତାଲିମ ତଥା ଜୀବୀକା ମିଶନର ଖସଡା ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁଯୋଗଯୋଗକରି ମତାମତ ନେବାକୁ କହିଥିଲେ। ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଆର୍ଥିକ ସ୍ୱାବଲମ୍ବୀ କରିବା ସକାଶେ ମତ ରଖିଥିଲେ। ଏହି ପରିପ୍ରେକ୍ଷୀରେ ଜୀବିକା ମିଶନ ଯୋଜନା ଅଧିନରେ କୃଷି ଅନ୍ତର୍ଗତ ସୂର୍ଯ୍ୟମୁଖୀ ,ମକା, ମାଣ୍ଡିଆ, ବାସୁମତୀ ଧାନ ଚାଷ ନିମନ୍ତେ ପ୍ରୋତ୍ସାହନ ଓ ଉଦ୍ୟାନ କୃଷି ଅନ୍ତର୍ଗତ କାଜୁଚାଷ ,ଲେମନ ଗ୍ରାସ, ପିଆଜ ସାଇତା ଗୃହ ,ଶୀତଳ ଭଣ୍ଡାର ଓ ପନିପରିବା ଚାଷ ନିମନ୍ତେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏହା ବ୍ୟତୀତ ଆଦିବାସୀ ଲୋକଙ୍କର ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଦୀର୍ଘମିଆଦି ଯୋଜନା ଯଥା ଆଡିବନ୍ଧ ନିର୍ମାଣ, ଗଭୀର ନଳ କୂପ ଖନନ, ଉଠାଜଳସେଚନ ଏବଂ କୂଅର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଦିବାସୀ ଲୋକଙ୍କର ନିମନ୍ତେ କୁକୁଡା ପାଳନ ଓ ମାଛଚାଷ ନିିମନ୍ତେ ଆବଶ୍ୟକ ଉପକରଣ ଏବଂ ତାଲିମ ଦେବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଉପଜିଲାପାଳ ଭାସ୍କର ରଇତ, ଉପସ୍ଥିତ ଥିବାବେଳେ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ପବିତ୍ର ମୋହନ ପ୍ରଧାନ ପରିଚାଳନା କରିଥିଲେ। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସମସ୍ତ ଯନ୍ତ୍ରୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories