www.samajalive.in
Monday, December 8, 2025
14.1 C
Bhubaneswar

‘ଭାଇରସ ସଟ୍ ଆଉଟ’ କାର୍ଡ ର ବେଧଡ଼କ ବିପଣୀ

ବ୍ରହ୍ମପୁର : କରୋନା ମହାମାରୀକୁ ଦୂରେଇବାକୁ ଏବେ ଲୋକଙ୍କ ବେକରେ ଝୁଲୁଛି କାର୍ଡା ଫିତା ସହ ତଳକୁ ଝୁଲି ରହିଥିବା ୫ ରୁ ୬ ସେ.ମି ଲମ୍ବ ୪ ସେ.ମି ଓସାରର ଏହି ନୀଳ ରଙ୍ଗର କାର୍ଡ ଉପରେ ଲେଖାହୋଇଛି ‘ଭାଇରସ ସଟ୍ ଆଉଟ’` ହେଲେ ବର୍ଷାଧିକ କାଳ ହେବ ବ୍ୟବହାର କରିବା ପରେ ମଧ୍ୟ ଏହି କାର୍ଡର ଉପାଦେୟତା ବିଷୟରେ ଉଭୟ କ୍ରେତା ଓ ବିକ୍ରେତା ଅଜ୍ଞ। ବଡ କଥା ହେଲା ବିଶ୍ବର ବିଭିନ୍ନ ଦେଶ ଏହି କାର୍ଡ ଉପରେ ପ୍ରତିବନ୍ଧକ ଲଗାଇ ଥିବା ବେଳେ ଓଡ଼ିଶା ସମେତ ଭାରତରେ ବେଧଡକ ବିକ୍ରି ଚାଲିଛି।

ଜାପାନ ନିର୍ମିତ ଏହି କାର୍ଡ ବ୍ରହ୍ମପୁରର ବିଭିନ୍ନ ଔଷଧ ଦୋକାନରେ ବିକ୍ରି ଚାଲିଛି। କରୋନାର ପ୍ରଥମ ଲହର ବେଳେ ଗୋଟିଏ କାର୍ଡର ଦାମ ହଜାରେରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ବେଳେ ଏବେ ଏହାର ମୂଲ୍ୟ ୨୦୦ ଟଙ୍କାକୁ ଖସି ଆସିଛି। ଏପରିକି ପ୍ରତିଷ୍ଠିତ ଇ-ବାଣିଜ୍ୟ ୱେବସାଇଟ​​‌ରେ‌ ମଧ୍ୟ ଏହା ବିକ୍ରି ହେଉଛି।  ଏବେ ଏହି ଭାଇରସ ସଟ୍ ଆଉଟ କାର୍ଡର ଉପାଦେୟତାକୁ ନେଇ ଉଠିଛି ପ୍ରଶ୍ନ । ଲୋକମାନେ ଏହାକୁ କେଉଁ ଆଧାରରେ ପିନ୍ଧୁଛନ୍ତି ? ପ୍ରକୃତରେ ଏହା କରୋନା ଭାଇରସକୁ ରୋକି ପାରୁଛି କି ନାହିଁ ତାହାର ଉତ୍ତର ଏହି କାର୍ଡଟିକୁ ପିନ୍ଧିଥିବା ଲୋକଙ୍କ ପାଖରେ ନାହିଁ। ସେହିପରି କାର୍ଡ ବିକ୍ରି କରୁଥିବା ସହରର ଔଷଧ ଦୋକାନୀମାନେ ମଧ୍ୟ ଏହି କାର୍ଡ ଭିତରେ କ’ଣ ରହିଛି ଏହା କିଭଳି ଭାବେ ଭୂତାଣୁକୁ ରୋକୁଛି ସେ ନେଇ କିଛି କହିପାରୁନାନ୍ତି।

- Advertisement -

ଅନେକ ଦିନ ହେବ ‘ଭାଇରସ ସଟ୍ ଆଉଟ’ କାର୍ଡକୁ ବେକରେ ପକାଇ ବୁଲୁଥିବା ବ୍ରହ୍ମପୁରର ଜଣେ ଶିକ୍ଷିତ ଯୁବକଙ୍କୁ ପଚରାଯିବାରେ ଏହି କାର୍ଡ ପିନ୍ଧିଲେ କରୋନା ଭୂତାଣୁ ପାଖ ମାଡେନି ବୋଲି ଜଣେ ସାଙ୍ଗ ଠାରୁ ଶୁଣିବା ପରେ ସେଏହାକୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି।  ସେହିପରି କାର୍ଡ ବିକ୍ରି କରୁଥିବା ସହରର ଜଣେ ଔଷଧ ଦୋକାନୀ ନିଜେ ଏକ କାର୍ଡ ପିନ୍ଧିଛନ୍ତି। ତାଙ୍କ କହିବା ପ୍ରକାରେ ଆଜି ଯାଏଁ ତାଙ୍କୁ କରୋନା ଛୁଇଁନି। କିନ୍ତୁ କାର୍ଡଟି କେତେଦୂର କାମ କରୁଛି ସେ ବିଷୟରେ ମୁଁ ସଠିକ ଭାବେ କହିପାରିବି ନାହିଁ ା ଲୋକମାନେ କିନ୍ତୁ ମୋ ଠାରୁ ଅନେକ କାର୍ଡ କିଣି ନେଇଛନ୍ତି ​ବୋଲି ଔଷଧ ଦୋକାନୀ ଜଣାଇଛନ୍ତି।

କାର୍ଡଟିରେ ଥିବା ଖୋଳ ତଥା ବକ୍ସ ଉପରେ ସମସ୍ତ ତଥ୍ୟ ଜାପାନ ଭାଷାରେ ଲେଖା ହୋଇଛି। ତେଣୁ ଏହି କାର୍ଡ ଭିତରେ କିପ୍ରକାର ଔଷଧୀୟ  ଉପାଦାନ ରହିଛି ସେ ବିଷୟରେ ଜାଣି ହେଉନି। କାର୍ଡକୁ ଅନ୍‌ଲାଇନରେ ବିକ୍ରି କରୁଥିବା ବାଣିଜ୍ୟିକ ସଂସ୍ଥା କାର୍ଡକୁ ନେଇ କିଛି ତଥ୍ୟ ପ୍ରଦାନ କରିଆସୁଛି।  କାର୍ଡ ଭିତରେ କ୍ଳୋରିନ ଡାଇଅକ୍ସାଇଡ୍ ରହିଛି। କାର୍ଡଟି ବାୟୁବାହିତ ଭାଇରସ ବ୍ୟାକ୍ଟେିରିଆ  ରୋକିବାରେ ଏହା ସହାୟକ। ରୋଗୀ, ବୃଦ୍ଧ ଓ ଶିଶୁ ସହ କମ ରୋଗ ପ୍ରତିରୋଧକ ଶକ୍ତି  ଥିବା ବ୍ୟକ୍ତି ଏହାକୁ ବ୍ୟବହାର କଲେ ଭାଇରସ ଠାରୁ ଦୂରେଇ ପାରିବେ। ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ କିନ୍ତୁ କାର୍ଡର ଉପାଦେୟତାକୁ ଗ୍ରହଣ କରିନାହାନ୍ତି। ସରକାରୀସ୍ତରରେ ମଧ୍ୟ କାର୍ଡର ବ୍ୟବହାର କିମ୍ବା ବିକ୍ରି ନେଇ କୌଣସି ପ୍ରକାର ଅନୁମତି ନଥିବା ଜଣାପଡ଼ିଛି। ଆ​ମେରିକା, ଫଲିପାଇନ୍ସ ଓ ଥାଇଲାଣ୍ଡରେ ଏହି କାର୍ଡ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଶୁଣିବାକୁ ମିଳୁଛି ା ଏପରିକି ଏହି କାର୍ଡଟି ଯେଉଁ ଦେଶରେ ବିକ୍ରି ହେଉଛି ସେହି ଦେଶର ଗ୍ରାହକ ଓ  ବ୍ୟାବସାୟିକ ଏଜେନ୍ସି ଏହି କାର୍ଡ ପ୍ରଭାବହୀନ ବୋଲି ଦର୍ଶାଇସାରିଛି।

ବ୍ରହ୍ମପୁର ସହରରେ ଏହି କାର୍ଡର ବିକ୍ରି ଓ ବ୍ୟବହାର ନେଇ ଔଷଧ ନିରୀକ୍ଷକ ଦେବାଶିଷ କାଲୋଙ୍କୁ ପଚରାଯିବାରେ ସେ କହିଛନ୍ତି, କିଛି ଲୋକ ବେକରେ ଏହି କାର୍ଡ ପକାଇଥିବା ଦେଖିବାକୁ ମିଳୁଛି। କାର୍ଡରେ ଚୁମ୍ବକୀୟ ଶକ୍ତି ରହିଥିବାରୁ ତାହା ଭାଇରସକୁ ଦୂରେଇ ଦେବ ବୋଲି ଲୋକମାନେ କହୁଥିବାର ଶୁଣିଛି। କିନ୍ତୁ ଏହା ଭାଇରସକୁ ଦୂରେଇ ​ଦେଲା ଭଳି କୌଣସି ବୈଜ୍ଞାନିକ ତଥ୍ୟପ୍ରମାଣ ନାହିଁ। ତେଣୁ ଏ ନେଇ ଲୋକମାନେ ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି। ଏଭଳି ସ୍ଥିତି​​‌ରେ ‌ର ମହାମାରୀ ଭୟ  ଦେଖାଇ ଲୋକଙ୍କ ମାନସିକତାକୁ ନେଇ ଏହା କେବଳ ବେପାର ବୋଲି ସାଧାରଣରେ ଆଲୋଚନା ହେଉଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories