www.samajalive.in
Sunday, December 7, 2025
23.1 C
Bhubaneswar

ଆନ୍ଧ୍ର ନୁହେଁ ଏଥର ଓଡିଶା ବିରୋଧରେ ସ୍ୱର : ଆମ ହକ୍‍ ଆମକୁ ଦିଅ ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ଗୁଣପୁର : ବଂଶଧାରା ଜଳରେ ଆମର ୫୦ ଭାଗ ହକ୍‍ ରହିଛି। ଏହି ଜଳକୁ ଆମେ ବ୍ୟବହାର କରି ନେରେଡି ବ୍ୟାରେଜ ପାଇଁ ଆନ୍ଧ୍ରକୁ ଜବାବ ଦବା। ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା। ଆମ ହକ୍‍ କୁ ଆମେ ଛାଡିବା ନାହିଁ । ଓଡିଶା ସରକାର ଦ୍ୱାରା ଆମେ ସବୁବେଳେ ପ୍ରତାରିତ ହୋଇଛେ। ଯାହାର ଫଳ ସ୍ୱରୁପ ଆନ୍ଧ୍ର ସବୁବେଳେ ଆମ ହକ୍‍ ଉପରେ ନାଲିଆଖି ଦେଖାଉଛି। ଏବେ ଆଉ ଛାଡିବାର ନାହିଁ। ଦୁର୍ବାର ଆନ୍ଦୋଳନ କରାଯିବ। ଏମିତି କଡା ଚେତାବନୀ ଦେଇ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ଗୁଣପୁରବାସୀ। ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିରରେ ଆଜି ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏକତ୍ରିତ ହୋଇ ଏଭଳି ଆଲୋଚନା କରି କେତେକ କଡା ନିଷ୍ପତି ନେଇଛନ୍ତି।
ବଂଶଧାରା ନଦୀଜଳ ବ୍ୟବହାରକୁ ନେଇ ପୁଣି ମୁଣ୍ଡ ଟେକିଛି ଅସନ୍ତୋଷ। ଏହି ନଦୀ ଉପରେ ଉଭୟ ଓଡିଶା ଓ ଆନ୍ଧ୍ରର ଭାଗିଦାରୀ ରହିଥିବା ବେଳେ ସବୁବେଳେ ଆନ୍ଧ୍ରର ମନମାନିକୁ ନେଇ ବିବାଦ ଦେଖା ଦେଉଛି। ଏବେ ବଂଶଧାରା ଟ୍ରାଇବୁନାଲର ଚୁଡାନ୍ତ ରାୟ ଆସିବା ପରେ ପୁଣି ଗୁଣପୁର, କାଶୀନଗର ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରଥମେ ଗୋଟା ବ୍ୟାରେଜ, ତାପରେ କାଟରାଗଡା ସାଇଡ ୱେର କେନାଲ ପରେ ଏବେ ନେରେଡି ବ୍ୟାରେଜ୍‍ ପ୍ରକଳ୍ପ ପାଇଁ ସେମାନଙ୍କୁ ସବୁଜ ସଙ୍କେତ ମିଳିଛି। ଅପରପକ୍ଷେ ବଂଶଧାରା ଉପର ମୁଣ୍ଡରେ ଓଡିଶା ସରକାରଙ୍କ ଦ୍ୱାରା ସର୍ଭେ ହୋଇ ରହିଥିବା ଏକାଧିକ ପ୍ରକଳ୍ପ କାର୍ଯ୍ୟ କେବଳ ନାଲିଫିତା ତଳେ ପଡି ରହିଛି । ଯାହାଦ୍ୱାରା ଓଡିଶା ଭାଗରେ ଥିବା ୫୦ ଭାଗ ଜଳ ଅର୍ଥାତ୍‍ ୫୭.୩ ଟିଏମସି ଜଳ ମଧ୍ୟ ଏଯାଏଁ ବ୍ୟବହାରରେ ନଲାଗି ସମୁଦ୍ରରେ ମିଶୁଛି ବୋଲି ଆଜିର ବୈଠକରେ ବୁଦ୍ଧିଜିବୀ ମାନେ ମତ ରଖିଥିଲେ । କେତେବେଳେ ପାଣି ଡଙ୍ଗର ପ୍ରକଳ୍ପର ଆଶା ଦେଖାଯାଇଛି ଆଉ କେତେବେଳେ ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ ଯୋଜନା ପାଇଁ ସରକାର ଶୁଭଦେଇ ଭୁଲି ଯାଇଛନ୍ତି ତ ଆଉ କେତେବେଳେ ଉପରମୁଣ୍ଡରେ ପ୍ରକଳ୍ପ କରିବାକୁ ଘୋଷଣା କରିଛନ୍ତି ହେଲେ କିଛି ପଳପ୍ରଦ ହୋଇନାହିଁ । କୋର୍ଟରେ ମଧ୍ୟ ଓଡିଶାର ଦାୟୀତ୍ୱହୀନତା ଓ ଦୁର୍ବଳ ଉପସ୍ଥାପନା ପାଇଁ ଆମକୁ ବହୁମୁଳ୍ୟ ଦବାକୁ ପଡୁଛି ବୋଲି ଅନେକ ମତ ଦେଇଥିଲେ । କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ଓଡିଶାର ପ୍ରଭାବଶୂନ୍ୟ ଦାବି ହେତୁ ଆମକୁ କ୍ଷତି ସହିବାକୁ ପଡୁଛି। ବଂଶଧାରାର ୮୦ ଭାଗ ଜଳଧାରଣ ଅଞ୍ଚଳ ଆମର ଥାଇ ମଧ୍ୟ ଆମେ ଶେଷରେ ୫୦-୫୦ ଭାଗକୁ ରାଜିହୋଇ ଚୁକ୍ତି କରିଛେ। ଏବେ ଟ୍ରିବ୍ୟୁନାଲର ନିର୍ଦେଶ ପ୍ରକାରେ ଓଡିଶା ଟୋପାଏ ଜଳ ପାଇବନି ହେଲେ ୧୦୬ ଏକର ଜମି ଦବାକୁ ପଡିବ। କେତେବେଳେ କେଉଁ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ ଆଉ କେତେବେଳେ ଆଇନଗତ ଲଢେଇରେ ଆମକୁ ପ୍ରତାରିତ ହବାକୁ ପଡୁଛି ବୋଲି ମତରଖି ବୈଠକରେ ଉପସ୍ଥିତ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ ।
ଏଥର ଆନ୍ଦୋଳନ ପାଇଁ ଆଜି ଖସଡା ପ୍ରସ୍ତୁତ ହୋଇଛି । ଓକିଲ ସଂଘ ନେତୃତ୍ୱରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓଲ୍ଲାଇବାକୁ ନିଷ୍ପତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ପରେ ରିଲେ ଅନଶନ ଓ ଆମରଣ ଅନଶନ କରିବାକୁ ଚୁଡାନ୍ତ ହୋଇଛି । ଆମରଣ ଅନଶନ ପାଇଁ ପୁର୍ବତନ କାଉନସିଲର ଓ ଆଇନଜିବୀ ପ୍ରଦୀପ ଦାସ ନିଜପଟୁ ଘୋଷଣା କରିଥିଲେ । ଅପରପକ୍ଷେ ସ୍ମାରକପତ୍ର ପ୍ରସ୍ତୁତ ପାଇଁ ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ଉମା ଚରଣ ପଟ୍ଟନାୟକ, କୃଷ୍ଣ ସେନାପତି, ସଂଘ ସମ୍ପାଦକ ଇନ୍ଦ୍ରୀକ୍ଷୀ ଦାସ, ସମାଜ ସେବୀ ଅକ୍ଷୟ ଦାସ, ଉମା ଦାସ, ମିଲି ପାଢି, ସାନ ଗୌଡ, ୱାଇ.ଗଣପତି, ଏସ. ବାବା ପ୍ରସାଦ, ଶ୍ରୀନିବାସ ସ୍ୱାଇଁ, ମିଲର୍ସ ସଂଘ ପକ୍ଷରୁ ଲାଡି ଶ୍ରୀଧର, ସୁମନ ପାତ୍ର, ଲାଡି ଇଶ୍ୱର ରାଓ, ରମେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories