www.samajalive.in
Wednesday, December 10, 2025
15.1 C
Bhubaneswar

ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍‌ର ସଫଳ ପରୀକ୍ଷଣ

ତୋପ ରକେଟ୍‌ ପ୍ରଣାଳୀର ବିକାଶ ଜାରି ରଖିଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ସ୍ବଦେଶୀ ଭାବେ ବିକଶିତ ପିନାକ ରକେଟ୍‌ର ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ଥିବା ବର୍ଦ୍ଧିତ ସଂସ୍କରଣର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟିରୁ ଏକ ମଲ୍ଟି-ବ୍ୟାରେଲ୍‌ ରକେଟ୍‌ ଲଞ୍ଚର୍‌ (ଏମ୍‌ବିଆର୍‌ଏଲ୍‌) ସହାୟତାରେ ଏହି ରକେଟ୍‌କୁ ପରୀକ୍ଷାମୂଳକ ଭାବେ ଗତ ୨ ଦିନ ଧରି ସଫଳ ତାରିଖରେ ଉତ୍‌କ୍ଷେପଣ କରାଯାଇଛି।

ଭିନ୍ନ ଭିନ୍ନ ଦୂରତାରେ ରହିଥିବା ଲକ୍ଷ୍ୟ ଭେଦ କରିବା ଉଦ୍ଦେଶ୍ୟରେ ଅଳ୍ପ କିଛି ସମୟ ଲେଖାଏଁ ବ୍ୟବଧାନରେ୨୫ଟି ବର୍ଦ୍ଧିତ କ୍ଷମତା ସମ୍ପନ୍ନ ପିନାକ ରକେଟ୍‌ର ଉତ୍‌କ୍ଷେପଣ କରାଯାଇଥିଲା। ଏହି ଉତ୍‌କ୍ଷେପଣ ସମୟରେ ସମସ୍ତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇଥିଲା। ପିନାକ୍‌ ରକେଟ୍‌ ପ୍ରଣାଳୀର ଏହି ବର୍ଦ୍ଧିତ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ସମ୍ପନ୍ନ ରକେଟ୍‌ ୪୫ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ।

- Advertisement -

ଆଇଟିଆର ଏବଂ ପ୍ରୁଫ୍ ଓ ପରୀକ୍ଷଣ ପ୍ରତିଷ୍ଠାନ (ପିଏକ୍ସଇ) ଦ୍ବାରା ମୁତୟନ କରାଯାଇଥିବା ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ସମେତ ସମସ୍ତ ରେଞ୍ଜ ଉପକରଣ ମାଧ୍ୟମରେ ସମସ୍ତ ଫ୍ଲାଇଟ୍‌ ଆର୍ଟିକିଲ୍‌କୁ ଟ୍ରାକ୍‌ କରାଯାଇଥିଲା।

ଏହି ରକେଟ୍‌ ପ୍ରଣାଳୀକୁ ପୁନେସ୍ଥିତ ଅସ୍ତ୍ରଶସ୍ତ୍ର ଗବେଷଣା ଏବଂ ବିକାଶ ସଂଗଠନ (ଏଆରଡିଇ) ଏବଂ ଉଚ୍ଚ ଊର୍ଜା ସାମଗ୍ରୀ ଗବେଷଣା ପ୍ରୟୋଗଶାଳା(ଏଚଇଏମଆରଏଲ) ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଥିବା ବେଳେ ନାଗପୁରସ୍ଥିତ ମେସର୍ସ ଇକୋନୋମିକ ଏକ୍ସପ୍ଲୋସିଭ୍ ଲିମିଟେଡ୍‌ ଏହାକୁ ଉତ୍ପାଦନ ସହାୟତା ଯୋଗାଇ ଦେଉଛି। ଅଧିକ ଦୂରଗାମୀ ଲକ୍ଷ୍ୟଭେଦ ସାମର୍ଥ୍ୟ ହାସଲ କରିବା ଲାଗି ପିନାକ ରକେଟ୍‌ ପ୍ରଣାଳୀର ଏହି ବର୍ଦ୍ଧିତ ସଂସ୍କରଣକୁ ବିକଶିତ କରାଯାଇଛି।

ପରିବର୍ଦ୍ଧିତ କ୍ଷମତା ବିଶିଷ୍ଟ ପିନାକ ରକେଟ୍‌ର ସଫଳ ପରୀକ୍ଷଣ ଲାଗି ଡିଆରଡିଓ ଏବଂ ପ୍ରତିରକ୍ଷା ଉଦ୍ୟୋଗକୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣ ପଛରେ ରହିଥିବା ଦଳର ପ୍ରୟାସକୁ ପ୍ରଶଂସା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories