www.samajalive.in
Wednesday, December 10, 2025
17.1 C
Bhubaneswar

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ : ଦୁଇଟି ୟୁନିଟରୁ ୪୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ

ଲମତାପୁଟ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ସ୍ୱାଭାବିକ ହୋଇଥିବା ବେଳେ ଦୁଇଟି ୟୁନିଟରୁ ୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ କୋରାପୁଟ ଜିଲା ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୁରୁବାର ୧ନମ୍ବର ଟରବାଇନର ୧ନମ୍ବର ଟ୍ରାନ୍ସଫର୍ମରର ବୁସିଂ ଫାଟିଯାଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଅନ୍ୟ ଟରବାଇନଗୁଡିକୁ ବନ୍ଦ କରିଦେଇଥିଲେ। ଫଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିଲା। ଏଥିପାଇଁ ବିଦ୍ୟୁତ ବିଭାଗ ପ୍ରତି ଘଣ୍ଟାରେ ୧ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଥିଲା। ବିଭାଗୀୟ ଅଧିକାରୀ ରାତି ତମାମ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ। ଅଧିକାରୀଙ୍କ ପ୍ରଚେଷ୍ଟାରେ ଶୁକ୍ରବାରଠାରୁ ବିଦ୍ୟୁତ ପ୍ରକଳ୍ପ ସ୍ୱାଭାବିକ ହୋଇଛି। ପ୍ରକଳ୍ପର ୨ନମ୍ବର ଓ ୪ନମ୍ବର ୟୁନିଟରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରାଯାଇଛି। ୨ଟି ୟୁନିଟରେ ୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାଯାଇଛି। ବିଦ୍ୟୁତ ପ୍ରକଳ୍ପରେ ୬ଟି ୟୁନିଟ ରହିଥିବା ବେଳେ ଅନ୍ୟ ୟୁନିଟଗୁଡିକ ମଧ୍ୟ ଧିରେଧିରେ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories