www.samajalive.in
Sunday, December 7, 2025
13.1 C
Bhubaneswar

ଥାନାରୁ ଫେରାର ଆସାମୀ ମୃତ ; ମହାକାଳପଡା ଥାନା ଅଧିକାରୀ ନିଲମ୍ବିତ

କେନ୍ଦ୍ରାପଡ଼ା : କର୍ତ୍ତବ୍ୟରେ ଅବହେଳା ଯେଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଥାନା ଆଇଆଇସି ଶ୍ୟାମଘନ ବେହେରାଙ୍କୁ  ପୁଲିସ ଡିଜି ଡ଼କ୍ଟର ଆର୍.ପି ଶର୍ମା ନିଲମ୍ବିତ କରିଛନ୍ତି। ଶ୍ୟାମଘନଙ୍କ ବିରୋଧରେ ହତ୍ୟା ମାମଲା ଋଜୁ ହୋଇଛି । ଥାନାରୁ ଫେରାର ଆସାମୀ ଅବିନାଶ ପାଇଟାଳଙ୍କ ହତ୍ୟା ଅଭିଯୋଗରେ ଦଫା ୩୦୨,୩୨୩,୩୪୩ ଓ ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାର ବରିଷ୍ଠ ଡିଏସପି କାର୍ତ୍ତିକ ମଲିକଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି।

- Advertisement -

ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ଅବିନାଶଙ୍କ ପରିବାରକୁ ପୁଲିସ ମଙ୍ଗଳ ପାଣ୍ଠିରୁ ୧ଲକ୍ଷ , ଜିଲ୍ଲା ପ୍ରଶାସନ ମଙ୍ଗଳ ପାଣ୍ଠିରୁ ୧ଲକ୍ଷ ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ତତ୍କାଳ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅବିନାଶଙ୍କ ବିଧବା ପତ୍ନୀଙ୍କୁ ଗୃହରକଷୀ ଚାକିର ଦେବାକୁ ପୁଲିସ ବିଭାଗରୁ ପ୍ରତିଶୃତି ମିଳିଛି । ଏହାପରେ ରାସ୍ତାରୋକ ହଟିଛି । ଅବିନାଶଙ୍କ ମୃତ ଶରୀର ବ୍ୟବଚ୍ଛେଦ କରିବାକୁ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଯୋଗ୍ୟ ଏକ ମୋବାଇଲ ଚୋରୀ ମାମଲାରେ ପୁଲିସ ଅବିନାଶକୁ ଧରିଆଣି ଥାନାରେ ରଖି ପଚରାଉଚୁରା କରୁଥିଲା। ରବିବାର ସକାଳୁ ସେ ଥାନାରୁ ଚମ୍ପଟ ମରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ଅବିନାଶକୁ ମାଡ଼ମାରି ହତ୍ୟା କରି ଟଙ୍ଗାଇ ଦେଇ ଆତ୍ବହତ୍ୟାର ରୂପ ଦେଉଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ପରିବାର ଏବଂ ଗ୍ରାମବାସୀ ମାନେ ମୃତ ଦେହ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories