www.samajalive.in
Sunday, December 7, 2025
14.1 C
Bhubaneswar

ଧାରା ୩୭୦ ଉଛେଦ ଅସାମ୍ବିଧାନିକ, ଅନ୍ୟାୟ ଓ ଅନୈତିକ ଥିଲା – ମେହେବୁବା

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ପିଡିପି ନେତ୍ରୀ ମେହେବୁବା ମୁଫତି କହିଛନ୍ତି, ୨୦୧୯ ଅଗଷ୍ଟ ୫ ପରଠାରୁ ଜମ୍ମୁକାଶ୍ମୀରର ଲୋକମାନେ କଷ୍ଟରେ ଅଛନ୍ତି, ସେମାନେ ଭାବନାତ୍ମକ ସ୍ତରରେ ଖଣ୍ଡବିଖଣ୍ଡିତ ହୋଇଯାଇଛନ୍ତି। ସେମାନେ ଅପମାନିତ ହୋଇଛନ୍ତି। ଯେଉଁ ଉପାୟରେ ଧାରା ୩୭୦ ଉଛେଦ କରାଗଲା ତାହା ଅସାମ୍ବିଧାନିକ, ଅନ୍ୟାୟ ଓ ଅନୈତିକ ଥିଲା ବୋଲି ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିଛି।

ମୁଫତି କହିଛନ୍ତି, ଜମ୍ମୁକାଶ୍ମୀରର ଜନସାଧାରଣ ସାମ୍ବିଧାନିକ, ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ସଂଗ୍ରାମ ଜାରି ରଖିବେ। ମାସ ହେଉ କି ବର୍ଷ, ଜମ୍ମୁକାଶ୍ମୀରରେ ଧାରା ୩୭୦ ପୁନଃଥାପିତ ନ ହେବା ଯାଏଁ ସଂଗ୍ରାମ ଜାରି ରହିବ କାରଣ ତାହା ଆମର ପରିଚୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମକୁ ଏହି ଅଧିକାର ପାକିସ୍ତାନ ଠାରୁ ମିଳିନାହିଁ, ଜବାହାରଲାଲ ନେହେରୁ ଓ ସର୍ଦାର ପଟେଲ ଭଳି ନେତାଙ୍କ ଯୋଗୁ ଭାରତ ଆମକୁ ଏହି ଅଧିକାର ଦେଇଛି।

- Advertisement -

ବୈଠକରେ ମେହେବୁବା କେନ୍ଦ୍ର ସରକାରଙ୍କୁ ସାବାସୀ ଦେଇଛନ୍ତି ଯେ ପାକିସ୍ତାନ ସହ ଆଲୋଚନା ପରେ ଅସ୍ତ୍ରବିରତି ହ୍ରାସ ପାଇଛି ଓ ଅନୁପ୍ରବେଶ କମିଛି। ଜମ୍ମୁକାଶ୍ମୀରରେ ଶାନ୍ତି ପାଇଁ ସରକାର ସହ ପାକିସ୍ତାନ ସହ କଥା ହେବା ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଓ ପାକିସ୍ତାନ ସହ ବନ୍ଦ ରହିଥିବା ବାଣିଜ୍ୟ ବ୍ୟବସାୟ ପୁଣି ଆରମ୍ଭ ହେଲେ ବେରୋଜଗାରୀ କମିବା ବୋଲି ସେ କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories