www.samajalive.in
Sunday, December 7, 2025
16.1 C
Bhubaneswar

କୋଭିଡ ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଂକଟାପନ୍ନ

ଭୁବନେଶ୍ୱର: ଡିଜେଲ ଓ ପେଟ୍ରୋଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୋଧରେ ୩ଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍) ଓ ସିପିଆଇ(ଏମ.ଏଲ.) ଲିବରେସନ ପକ୍ଷରୁ ଜୁନ୍ ୧୬ରୁ ୩୦ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଡାକରାରେ ଆଜି ରାଜଧାନୀ ଭୁବନେଶ୍ୱରଠାରେ ଏକ ମିଳିତ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ୩ ଦଳର କର୍ମୀମାନେ ଶାରୀରିକ ଦୂରତା ରକ୍ଷା କରି ଏକତ୍ରିତ ହୋଇଥିଲେ। ସେମାନେ ମିଳିତ ବ୍ୟାନର ସହ ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡମାନ ହାତରେ ଧରିଥିବା ଦେଖାଯାଇଥିଲା।
ସେଠାରେ ପ୍ରତୀକାତ୍ମକ ବିକ୍ଷୋଭକାରୀମାନଙ୍କୁ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଓ ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସିପିଆଇ(ଏମ.ଏଲ.) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ରାଧାକାନ୍ତ ସେଠୀ ଉଦ୍‌ବୋଧନ ଦେଇ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଂକଟାପନ୍ନ ହୋଇଥିବାବେଳେ ଡିଜେଲ ଓ ପେଟ୍ରୋଲର ତୁହାକୁତୁହା ଦର ବୃଦ୍ଧି ସାଙ୍ଗକୁ ଖାଇବା ତେଲ, ଡାଲି, ଔଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏକ ପ୍ରଚଣ୍ଡ ଆକ୍ରମଣ। ଏଣୁ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ସଂଘର୍ଷ କରୁଥିବା ଦେଶବାସୀଙ୍କୁ ବଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କରି ଦୈଳଦର କମାଇବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, କଳାବଜାରୀ ଓ ମହଜୁଦକାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ/ଗହମ, ଖାଇବାତେଲ, ଡାଲି ଓ ଚିନି ଇତ୍ୟାଦି ରାସନ କିଟ୍ ମାଗଣାରେ ଯୋଗାଇବା ଏବଂ ଆୟକର ଦେଉ ନ ଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ସହାୟତା ପ୍ରଦାନ କରିବା ଆବଶ୍ୟକ।

 

- Advertisement -

ସିପିଆଇର ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ଜୋନ୍ ସମ୍ପାଦକ ସୁର ଜେନା ଓ ବିଜୟ ଜେନା, ସିପିଆଇ(ଏମ୍)ର ସୁରେଶ ପାଣିଗ୍ରାହୀ ଓ ଜଗନ୍ନାଥ ମିଶ୍ର, ସିପିଆଇ (ଏମ.ଏଲ.) ଲିବରେସନର ମହେନ୍ଦ୍ର ପରିଡ଼ା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories